Breaking NewsFeaturedଓଡ଼ିଶାଜାତୀୟସ୍ୱାସ୍ଥ୍ୟ

ଘୋଷଣା ହେଲା ଖାଦ୍ୟ ସୁରକ୍ଷା ସୂଚକାଙ୍କ, ଜାଣନ୍ତୁ କେତେ ସ୍ଥାନରେ ଓଡ଼ିଶା…

ମୋବାଇଲ୍ ନ୍ୟୁଜ୍‌ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଛି ରାଜ୍ୟ ଖାଦ୍ୟ ସୁରକ୍ଷା ସୂଚକାଙ୍କ ତାଲିକା । ଏଥିରେ ଓଡ଼ିଶାର ସ୍ଥାନ ଖୁବ୍ ନୈରାଶଜନକ ସ୍ଥିତିରେ ରହିଛି । ରାଜ୍ୟରେ ଖାଦ୍ୟ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯାଉନଥିବାରୁ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ପଛରେ ପଡ଼ିଯାଇଥିବା କୁହାଯାଉଛି । ଫଳରେ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି ।

ସୂଚନା ଅନୁସାରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ଦ୍ୱାରା ୨୦୨୨-୨୩ ବର୍ଷ ପାଇଁ ଖାଦ୍ୟ ସୁରକ୍ଷା ସୂଚକାଙ୍କର ପଞ୍ଚମ ସଂସ୍କରଣ ଉନ୍ମୋଚିତ ହୋଇଛି । ଏଥି ପାଇଁ ରାଜ୍ୟମାନଙ୍କୁ ତିନିଟି ବର୍ଗରେ ଭାଗ କରାଯାଇଥିଳା । ୧୫ଟି ବୃହତ୍ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ରହିଥିବାବେଳେ ଏହାର ସ୍ଥାନ ୧୫ ହିଁ ରହିଛି ।

ଖାଦ୍ୟ ସୁରକ୍ଷା ସମ୍ପର୍କିତ ୫ଟି ମାନଦଣ୍ଡରୁ ଓଡ଼ିଶାକୁ ୧୦୦ରୁ ମାତ୍ର ୨୯ ମାର୍କ ମିଳିଛି । ଯାହା ଖୁବ୍ କ୍ଷୋଭର କାରଣ ହୋଇଛି । ସେପଟେ ବୃହତ୍ ରାଜ୍ୟମାନଙ୍କ ମଧ୍ୟରେ କେରଳ ପ୍ରଥମ ସ୍ଥାନରେ ରହିଥିବାବେଳେ ପଞ୍ଜାବ ଦ୍ୱିତୀୟ ଓ ତାମିଲନାଡୁକୁ ତୃତୀୟ ସ୍ଥାନ ମିଳିଛି । ଉଲ୍ଲେଖଯୋଗ୍ୟ ଯେ କେରଳକୁ ସର୍ବାଧିକ ୬୩ ମାର୍କ ମିଳିଛି । ସେହିଭଳି କ୍ଷୁଦ୍ର ରାଜ୍ୟମାନଙ୍କ ମଧ୍ୟରେ ଗୋଆ ପ୍ରଥମ, ମଣିପୁର ଦ୍ୱିତୀୟ ଓ ସିକିମ ତୃତୀୟ ସ୍ଥାନରେ ରହିଛନ୍ତି। ଅନ୍ୟପଟେ କେନ୍ଦ୍ର ଶାସିତ ଅଞ୍ଚଳ ତାଲିକାରେ ଜମ୍ମୁ-କାଶ୍ମୀର ପ୍ରଥମ, ଦିଲ୍ଲୀ ଦ୍ୱିତୀୟ ଓ ଚଣ୍ଡୀଗଡ଼ ତୃତୀୟ ସ୍ଥାନରେ ରହିଛନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com