ଓଡ଼ିଶା

ରଥଯାତ୍ରାରେ ମାସ୍କ ବାଧ୍ୟତାମୂଳକ, ଲକ୍ଷଣ ଥିଲେ ଘରେ ବସି ଦେଖନ୍ତୁ ରଥଯାତ୍ରା

କରୋନା ଲକ୍ଷଣ ଥିବା ବ୍ୟକ୍ତିମାନେ ପୁରୀ ନ ଯାଇ ଘରେ ବସି ଟିଭିରେ ରଥଯାତ୍ରା ଦେଖନ୍ତୁ । ଏଭଳି ପରାମର୍ଶ ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟସେବା ନିର୍ଦେଶକ ଡା.ବିଜୟ ମହାପାତ୍ର । ଏଥିସହ ଚଳିତ ଥର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମଣ । ରଥଯାତ୍ରା ପାଖେଇ ଆସୁଥିବା ବେଳେ ପୁରୀରେ ପ୍ରବଳ ଜନ ସମାଗମ ଆଶା କରାଯାଉଛି। ଯାହାକି ରାଜ୍ୟରେ କରୋନା ସଂକ୍ରମଣକୁ ଆହୁରି ବଢ଼ାଇ ଦେଇପାରେ । ପୁରୀରେ ହେଲଥ୍ କ୍ୟାମ୍ପ କରାଯିବ । ସେହିଭଳି ପର‌୍ୟ୍ୟଟକ ତଥା ଭକ୍ତମାନେ ଯେପରି ଫୁଡ୍ ପଏଜନ୍‌ର ଶିକାର ନହୁଅନ୍ତି, ସେଥିପାଇଁ ଫୁଟପାଥ୍‌ଠୁ ନେଇ ତାରକା ହୋଟେଲ୍ ପର୍ଯ୍ୟନ୍ତ ଖାଦ୍ୟ ଯାଞ୍ଚ କରାଯିବ । ୨୦ରୁ ଅଧିକ ଫୁଡ୍ ଇନ୍ସପେକ୍ଟରଙ୍କ ତତ୍ତ୍ବାବଧାନରେ ବିଭିନ୍ନ ଖାଦ୍ୟ ଷ୍ଟଲ୍‌, ରେସ୍ତୋରାଁ ଓ ହୋଟେଲ୍ ଉପରେ ଅଚାନକ ଚଢ଼ଉ କରାଯିବ। କୋଭିଡ୍ ସଂକ୍ରମଣ ପୁନର୍ବାର ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି କୋଭିଡ୍ ହସ୍ପିଟାଲ୍‌ଗୁଡ଼ିକୁ ସଚଳ ରଖାଯାଇଛି। ଆହୁରି ଅତିରିକ୍ତ ୨୦ଟି ଆଇସିୟୁ ପ୍ରସ୍ତୁତ କରି ରଖାଯିବ ଏବଂ ଆବଶ୍ୟକ ପରିମାଣରେ ଅକ୍ସିଜେନ ମହଜୁଦ ରଖାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com