Featuredଓଡ଼ିଶା

ଘନକୁହୁଡ଼ି ଯୋଗୁ ଚିଲିକାରେ ଫସିଲା ଡଙ୍ଗା

ଚିଲିକା: ମଝି ଚିଲିକାରେ ଫସି ରହିଲେ ୨୦ରୁ ଅଧିକ ଯାତ୍ରୀ । ପୁରୀ ଜିଲ୍ଲାର କୃଷ୍ଣପ୍ରସାଦଗଡ଼ରୁ ଆଜି ମକର ଯାତ୍ରା ଦେଖିବାକୁ ଓ ମା’ କାଳିଜାଇଙ୍କ ଦର୍ଶନ ପାଇଁ ଯାଉଥିଲେ ଯାତ୍ରୀ । ଅତ୍ୟଧିକ ଘନ କୁହୁଡ଼ି ପାଇଁ ଡଙ୍ଗା ଦିଗ ହରା ହୋଇ ଫସିଯାଇଥିଲା । ଏବେ କୁହୁଡ଼ି କମିବାରୁ ଯାତ୍ରୀମାନେ ସୁରକ୍ଷିତ ଭାବେ କୂଳରେ ପହଞ୍ଚିଛନ୍ତି । ମକର ସଂକ୍ରାନ୍ତି ଥିବାରୁ ମାଆଙ୍କୁ କୃଷ୍ଣପ୍ରସାଦର ରାଜା ସାହେବ ପୂଜାର୍ଚ୍ଚନା କରିଥାନ୍ତି ।

କୁହୁଡ଼ି ନକମିବା ଯାଏଁ ଚିଲିକାରେ ଡଙ୍ଗା ଚଳାଚଳ ଉପରେ କଟକଣା ଲାଗିଛି । ବାଲୁଗାଁରୁ ଚିଲିକା ଦେଇ କାଳିଜାଇ ଯାଉଥିବା ଡଙ୍ଗାରେ କଟକଣା ଲାଗିଛି । ଡଙ୍ଗା ଚଳାଚଳ ବନ୍ଦ ନେଇ ବାଲୁଗାଁ SDPO ସୂଚନା ଦେଇଛନ୍ତି । ମକର ସଂକ୍ରାନ୍ତି ଯୋଗୁଁ ବାଲୁଗାଁରେ ଜମିଛି ଭକ୍ତଙ୍କ ଭିଡ଼ ।

Related Articles

Back to top button
WP Twitter Auto Publish Powered By : XYZScripts.com