ଜାତୀୟ

ଗୋଟିଏ ଲିଟର ହାଇଡ୍ରୋଜନରେ ୪୫୦ କିଲୋମିଟର ଗଡିବ ଗାଡି!

ସାଧାରଣତଃ ଲୋକମାନେ ନେତାଙ୍କ ପାଖରେ ବିଭିନ୍ନ ସମସ୍ୟା ନେଇ ଦାବି ରଖନ୍ତି । କିନ୍ତୁ ଇନ୍ଦୋରରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଲୋକଙ୍କ ପାଖରେ ଏକ ଦାବି ରଖିଛନ୍ତି । ଯାହା ଇନ୍ଦୋରବାସୀଙ୍କ ପାଇଁ ଖୁସିଖବର ଆଣିଦେଇଛି । ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନଙ୍କ ଉପସ୍ଥିତିରେ ନୀତିନ ଗଡକରୀ ଭିନ୍ନ ଏକ ଦାବି ଇନ୍ଦୋରବାସୀଙ୍କ ନିକଟରେ ରଖିଛନ୍ତି । ଦେଶର ସବୁଠୁ ସ୍ୱଚ୍ଛ ସହରକୁ ଧ୍ୱନି, ବାୟୁ ଓ ଜଳ ପ୍ରଦୂଷଣ ମୁକ୍ତ କରିବା । ଆଉ ଏଭଳି ଦାବିକୁ ପୂରା କରିବାକୁ ଇନ୍ଦୋରବାସୀଙ୍କୁ କହିଛନ୍ତି ଗଡକରୀ । ସ୍ଥାନୀୟ ସାଂସଦ ଓ ମେୟର ଏ ଦିଗରେ ପୂରା ସହଯୋଗ କରିବେ । ଇନ୍ଦୋରକୁ ଦେଶର ମଡେଲ ସହର କରିବାକୁ ପ୍ରୟାସ ଆବଶ୍ୟକ ବୋଲି ଗଡକରୀ କହିଛନ୍ତି ।

ଗଡକରୀ କହିଛନ୍ତି, ସହରରେ ଥିବା ଦୂଷିତ ନାଳକୁ ପ୍ରଥମେ ସଫା କରି ଏଥିରେ ଇଲେକ୍ଟ୍ରୋଲାଇଜର ଲଗାନ୍ତୁ । ଯେଉଁଥିରୁ ହାଇଡ୍ରୋଜନ ନିର୍ଗତ କରିବା ସହ ଇଥୋନଲରେ ଚାଲୁଥିବା ଜେନେରେଟର ବ୍ୟବହାର କରି ଗ୍ରୀନ୍ ହାଇଡ୍ରୋଜେନ ଉତ୍ପାଦନ କରନ୍ତୁ । ଯାହାଦ୍ୱାରା ସହରର ବସ୍ ଓ ଟ୍ରକ ଚାଲିପାରିବ । ଏହାଦ୍ୱାରା କେବଳ ପରିବେଶ ପ୍ରଦୂଷଣ ମୁକ୍ତ ହେବନି ବରଂ କୋଟି କୋଟି ଟଙ୍କା ସଞ୍ଚୟ କରାଯାଇପାରିବ । କାରଣ ଗୋଟିଏ ଲିଟର ଗ୍ରୀନ୍ ହାଇଡ୍ରୋଜେନରେ ପାଖାପାଖି ୪୫୦ କିଲୋମିଟର ଗାଡି ଚଳାଚଳ କରିପାରିବ । ନା ଏଥିରୁ ବାୟୁ ପ୍ରଦୂଷଣ କଲା ଭଳି ଧୂଆଁ ବାହାରିବ ନା ଶବ୍ଦ ପ୍ରଦୂଷଣ କଲା ଭଳି କର୍କଶ ଶବ୍ଦ ବାହାରିବ । ଯାହାର ମୂଲ୍ୟ ମାତ୍ର ୧ ଡଲାର ମଧ୍ୟରେ ରହିବ ବୋଲି କହିଛନ୍ତି ଗଡକରୀ ।

ଏହାସହ ଗଡକରୀ କହିଛନ୍ତି, ମୁଁ ବ୍ୟକ୍ତିଗତ ଭାବେ ପେଟ୍ରୋଲ କିମ୍ବା ଡିଜେଲ ଗାଡି ବ୍ୟବହାର କରୁନାହିଁ । ଇଲେକଟ୍ରିକ୍ ଗାଡି ଅଧିକ ମାତ୍ରାରେ ବ୍ୟବହାର କରୁଛି । ଏପରିକି ଦିଲ୍ଲୀରେ ହାଇଡ୍ରୋଜେନ୍ କାର ଚଳାଇଥାଏ । ଆଗକୁ କେନ୍ଦ୍ର ସରକାର ୫୦ ହଜାର ଇଲେକଟ୍ରିକ ବସ୍ ଆଣିବେ । କାରଣ ଡିଜେଲ ବସ୍ ଚଳାଚଳ ପାଇଁ କିଲୋମିଟର ପିଛା ୧୧୫ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଇଲେକଟ୍ରିକ୍ ଏସି ବସ୍ ଚଳାଇବା ପାଇଁ ମାତ୍ର ୪୧ ଟଙ୍କା ଖର୍ଚ୍ଚ ହେଉଛି । ଯେତେବେଳେ ପୂରା ବିଶ୍ୱ ବଦଳୁଛି ସେତେବେଳେ ପରିବହନ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଆବଶ୍ୟକ । ଆମେ ଉର୍ଜା ଆମଦାନୀ ନୁହେଁ ଉର୍ଜା ରପ୍ତାନୀ କରୁଥିବା ଦେଶ ମଧ୍ୟରେ ରହିବା ଆବଶ୍ୟକ ।

 

Related Articles

Back to top button
WP Twitter Auto Publish Powered By : XYZScripts.com