ଜାତୀୟରାଜନୀତି

ଡିଏମକେକୁ ବିଜେପିର ଚେତାବନୀ, ମହାରାଷ୍ଟ୍ର ଭଳି ଭାଙ୍ଗିଦେବୁ ସରକାର

ତାମିଲ ନାଡୁରେ ବି ମହାରାଷ୍ଟ୍ର ଭଳି ସ୍ଥିତି ହେବ । ସଂଖ୍ୟା ଗରିଷ୍ଠତାର ବହୁ ପଛରେ ଥିଲେ ବି ସେଠାରେ ବିଜେପି ନେତୃତ୍ୱରେ ସରକାର ଗଠନ ହେବ । ଡିଏମକେକୁ ଏଭଳି କିଛି ଚେତାବନୀ ଦେଇଛନ୍ତି ତାମିଲନାଡୁ ବିଜେପି ସଭାପତି କେ,ଆନ୍ନାମଲାଇ । ଭାଲ୍ଲୁଭର କୋଟମ ଠାରେ ଏକ ଜନସଭାକୁ ଉଦବୋଧନ ଦେଇ ଆନ୍ନାମଲାଇ କହିଥିଲେ କି ଅଢେଇ ବର୍ଷ ପରେ ଶିବସେନାର ଏକନାଥ ସିନ୍ଦେ ନିଜ ନେତା ଉଦ୍ଧବ ଠାକରେଙ୍କ ବିରୋଧରେ ବିଦ୍ରୋହ କରି ବିଜୟୀ ହୋଇଛନ୍ତି । ଏହାସହ ସିନ୍ଦେ ବିଦ୍ରୋହୀ ବିଧାୟକଙ୍କୁ ସାଙ୍ଗରେ ନେଇ ବାହାର ରାଜ୍ୟକୁ ଯିବାରେ ମହାରାଷ୍ଟ୍ର ପୋଲିସ ସେମାନଙ୍କୁ ସହାୟତା କରିଥିଲା । ତେଣୁ ଦଳଗୁଡିକ ମନେରଖିବା ଉଚିତ କି, ସେମାନେ କ୍ଷମତାରେ ଥିବାର ଅର୍ଥ ନୁହେଁ କି ସବୁକିଛି ସେମାନଙ୍କ ନିୟନ୍ତ୍ରଣରେ ଅଛି । କାରଣ ସେମାନଙ୍କ ପଛପଟେ ଅନେକ ବିଦ୍ରୋହୀ ଅଛନ୍ତି ବୋଲି ସେ କହିଛନ୍ତି । ଆନ୍ନାମଲାଇ ଆହୁରି କହିଛନ୍ତି କି ରାଜ୍ୟ ସରକାର ନିର୍ବାଚନ ବେଳେ ଦେଇଥିବା ୫୦୫ ପ୍ରତିଶ୍ରୁତି ଯଦି ଡିସେମ୍ବର ୩୧ ସୁଦ୍ଧା ପୁରଣ ନକରନ୍ତି ତେବେ ସେମାନଙ୍କ ଦଳର କର୍ମୀମାନେ ଜାନୁଆରୀ ପହିଲାରୁ କନ୍ୟାକୁମାରୀରୁ ଏକ ଏକ ବର୍ଷିୟା ପଦଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି । ଏହି ପଦଯାତ୍ରାରୁ ଡିଏମକେର ବିଲୟ ଆରମ୍ଭ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com