ଜାତୀୟ

ସେଦିନର ହଟ୍‌ ଚୁମ୍ବନ : କୋର୍ଟ କହିଲେ ଶିଳ୍ପା ଅଭିଯୁକ୍ତ ନୁହେଁ ପୀଡ଼ିତା

ମୁମ୍ବାଇ: ଫେରିଲା ୧୪ ବର୍ଷର ବିବାଦୀୟ କିସ୍‌ ମାମଲା। ପୁଣି ଚର୍ଚ୍ଚାରେ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପାସେଟ୍ଟି। ୨୦୦୭ରେ ସର୍ବସାଧାରଣରେ ଚର୍ଚ୍ଚିତ କସ୍‌ ସ୍କିନ୍‌କୁ ନେଇ କୋର୍ଟ ଏହାକୁ ଆପତ୍ତିଜନକ ବୋଲି କହିଛନ୍ତି। ହଲିଉଡ୍‌ ଅନେତା ରିଚାର୍ଡ଼ ଗେର ତାଙ୍କୁ ଯେଉଁଭଳି ଭାବେ ସର୍ବସାଧରଣରେ କିସ୍‌ କରିଛନ୍ତି ତାହା ଆପତ୍ତିଜନକ ଏବଂ ଏଥିରେ ଶିଳ୍ପା ପୀଡ଼ିତା ବୋଲି କୋର୍ଟ କହିଛନ୍ତି। ବହୁ ଚର୍ଚ୍ଚିତ ୨୦୦୭ରେ ଏହି କିସ୍‌ ମମାଲାକୁ ନେଇ ଏବେ ମୁମ୍ବାଇ କୋର୍ଟ ଏହା ଶୁଣାଇଛନ୍ତି। ୨୦୦୭ରେ ରାଜସ୍ଥାନରେ ଏକ ଏଡ୍‌ସ ସଚେତନତା କାର୍ଯ୍ୟକ୍ରମରେ ଖୋଲା ମଞ୍ଚରେ ଶିଳ୍ପା ସେଟ୍ଟିଙ୍କୁ ଅଶ୍ଲୀଳ ଢଙ୍ଗରେ କିସ୍‌ କରିଥିଲେ ରିଚାର୍ଡ଼। ଏମିତିକି ତାଙ୍କୁ ଅଶାଳୀନ ଢଙ୍ଗରେ ଆଲିଙ୍ଗନ କରି କିସ୍‌ କରିଥିଲେ ରିଚାର୍ଡ଼। ଶିଳ୍ପାଙ୍କ ଅଜାଣତରେ ଏକ ଅପ୍ରତ୍ୟଶିତ ଢଙ୍ଗରେ ଏହି ଘଟଣା ଘଟିଥିଲା।

ସେତେବେଳେ ଏହି ଖବର ଗଣମାଧ୍ୟମରେ ବେଶ ସିରଥନାମାନା ରହିଥିଲା। ସର୍ବସାଧାରଣରେ ଏଭଳି ଅଶାଳୀନ ଢଙ୍ଗରେ ଆଲିଙ୍ଗନକୁ ଦେଶ ବ୍ୟାପି ବିରୋଧ କରାଯାଇଥିଲା। ପରେ ମାମଲା ଅଦାଲତକୁ ଯାଇଥିଲା। ହେଲେ ରିଚାର୍ଡ଼ଙ୍କ ବିରୋଧରେ ଶିଳ୍ପା କୌଣସି ଅଭିଯୋଗ ଆଣି ନଥିବା ବେଳେ ଏନେଇ କୌଣସି ପ୍ରତିକ୍ରିୟା ମଧ୍ୟ ଦେଇ ନଥିଲେ। ଏପରିକି ରିଚାର୍ଡ଼ ଯେତେବେଳେ ତାଙ୍କୁ କିସ୍ କରୁଥିଲେ ଶିଳ୍ପା ତାଙ୍କୁ ବିରୋଧ କରି ନଥିଲେ ବୋଲି ମାମଲା ହୋଇଥିଲା। ସୁପ୍ରିମ କୋର୍ଟର ନିର୍ଦ୍ଦେଶରେ ମାମଲା ରାଜସ୍ଥାନରୁ ମୁମ୍ବାଇ କୋର୍ଟକୁ ସ୍ଥାନାନ୍ତର ହୋଇ ଥିଲା। କୋର୍ଟ ଗତ ଜାନୁଆରୀ ୧୮ରେ ଶିଳ୍ପାଙ୍କୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି ।

ମେଟ୍ରୋ ପଲିଟାନ କୋର୍ଟ କହିଛନ୍ତି ଯେ, ଘଟଣାକ୍ରମରୁ ଯାହା ଜଣାପଡ଼ୁଛି ଏଥିରେ ଶିଳ୍ପାଙ୍କର କୌଣସି ଭୁଲ ନାହିଁ। ବରଂ ଶିଳ୍ପା ରିଚାର୍ଡ଼ଙ୍କ ଦ୍ୱାରା ପୀଡ଼ିତା ବୋଲି କୋର୍ଟ କହିଛନ୍ତି । ଏପରିକି ଶିଳ୍ପାଙ୍କ ତରଫରୁ ଏହା ପୂର୍ବପ୍ରସ୍ତୁତି ନଥିଲା କି ଘଟଣାରେ ତାଙ୍କ ତରଫରୁ କୌଣସି ଷଡ଼ଯନ୍ତ୍ରର ଖିଅ ନାହିଁ ବୋଲି କୋର୍ଟ କହିଛନ୍ତି । ସୋମବାର ଏହି କୋର୍ଟ ଅର୍ଡ଼ର ସାଧାରଣରେ ଉପଲବ୍ଧ ହୋଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com