ଅନ୍ତର୍ଜାତୀୟଜାତୀୟ

ସିଞ୍ଜୋ ଆବେଙ୍କ ମୃତ୍ୟୁ ପରେ ଜାପାନ ଡେମୋକ୍ରାଟିକ୍ ପାର୍ଟିର ବୃହତ ବିଜୟ, ହାତେଇଲା ୧୪୩ ଆସନ

ନୂଆଦିଲ୍ଲୀ:  ଜାପାନରେ ଶାସନରେ ଥିବା ଦଳ ଓ ଏହାର ସହଯୋଗୀ ଦଳ ସଂସଦୀୟ ନିର୍ବାଚନରେ ବୃହତ ବିଜୟ ହାସଲ କରିଛନ୍ତି ।  ରବିବାର ଫଳ ଘୋଷଣା ପରେ ଏହା ସ୍ପଷ୍ଟ ହୋଇଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ହତ୍ୟା ପରେ ଦଳକୁ ସହାନୁଭୂତିରେ ଏହି ବିଜୟ ମିଳିଛି ବୋଲି କୁହାଯାଉଛି ।

ସଂସଦର ଉପର ସଦନ ପାଇଁ ଅନୁଷ୍ଠିତ ନିର୍ବାଚନର ପ୍ରାରମ୍ଭିକ ପରିଣାମ ସାମ୍ନାକୁ ଆସିବାରେ ଲାଗିଛି । ଏଥିରେ ସରକାରୀ ଦଳର ବିଜୟ ଏକ ପ୍ରକାର ନିଶ୍ଚୟ । ଦଳ ବହୁମତ ହାସଲ କରୁଥିବା ନଜର ଆସିଛି । ଏବେକାର ଟ୍ରେଣ୍ଡ୍ ଅନୁସାରେ, ସରକାରରେ ଥିବା ଡେମୋକ୍ରାଟିକ୍ ପାର୍ଟି ୨୪୮ ବିଶିଷ୍ଟ ଆସନରୁ ୧୪୩ଟି ଜିତିବା ଏକ ପ୍ରକାର ସ୍ପଷ୍ଟ ବୋଲି କୁହାଯାଉଛି ।

ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଏହାକୁ ନେଇ କହିଛନ୍ତି ଯେ, ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି । ଏହା ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଗଣତନ୍ତ୍ରକୁ ରକ୍ଷା କରିବାରେ ସେମାନେ ସଫଳ ହୋଇଛନ୍ତି । ତେବେ ଆବେଙ୍କ ମୃତ୍ୟୁ ଖବର ପରେ ଫୁମିଓଙ୍କ ସମେତ ଅନ୍ୟ କ୍ୟାବିନେଟ୍ ମନ୍ତ୍ରୀ ନିର୍ବାଚନ ପ୍ରଚାର ଛାଡି ଟୋକିଓ ଚାଲି ଆସିଥିଲେ ।

ସୂଚନାଯୋଗ୍ୟ, ସିଞ୍ଜୋ ଆବେଙ୍କ ହତ୍ୟାର ଦୁଇ ଦିନ ପରେ ଭୋଟ୍ ଗ୍ରହଣ ହୋଇଥିଲା । ଏହାମଧ୍ୟରେ ପୋଲିସ ଆବେଙ୍କ ହତ୍ୟାକାରୀକୁ ହାଜତକୁ ପଠାଇ ଦେଇଛି । ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ସୁରକ୍ଷାରେ ତ୍ରୁଟି ପାଇଁ ହତ୍ୟାକାରୀ ଆବେଙ୍କ ନିକଟତର ହୋଇଥିଲା । ସୁଯୋଗ ଦେଖି ଗୁଳି ଚାଳନା କରିଥିଲା । ଫଳରେ ଆବେଙ୍କ ମୃତ୍ୟୁ ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com