ଜାତୀୟରାଜନୀତି

AIADMK ରେ ଫାଟ ! ପନିରସେଲଭମ୍ ଦଳରୁ ବହିଷ୍କୃତ, ମୁଖ୍ୟାଳୟ ସିଲ୍

ତାମିଲନାଡୁ: ତାମିଲନାଡୁରେ AIADMK ର ଦୁଇ ବିରୋଧୀ ନେତା ଇଡ୍ଡାପଡୀ କେ ପାଲାନିସ୍ୱାମୀ ଏବଂ ହେ ପନିରସେଲଭାମଙ୍କ ସମର୍ଥକଙ୍କ ଦ୍ୱାରା କାର୍ଯ୍ୟାଳୟ ଭିତରେ ତଥା ବାହାରେ ହିଂସା ଓ ଭଙ୍ଗାରୁଜା କରିବା ପରେ ସୋମବାର ଅଧିକାରୀମାନେ ତାମିଲନାଡୁରେ ଦଳର ମୁଖ୍ୟାଳୟକୁ ସିଲ୍ କରିଛନ୍ତି । ପନିରସେଲଭମଙ୍କୁ ଦଳରୁ ବହିଷ୍କାର କରାଯାଇଛି । ତେବେ ଏହା ପରେ ସେ କହିଛନ୍ତି ଯେ ସେ କୋର୍ଟକୁ ଯିବେ ।

ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୂି କରିବେ ଏବଂ କର୍ମକର୍ତ୍ତାଙ୍କ ପାଇଁ ନ୍ୟାୟ ମାଗିବେ । ଏହା କହି ସେ ପାର୍ଟି ଅଫିସ ଛାଡିଥିଲେ । ରାଜସ୍ୱ ଅଧିକାରୀମାନେ AIADMK ମୁଖ୍ୟାଳୟ ‘MGR Maligai’ କୁ ସିଲ୍ କରିଛନ୍ତି । ଅଧିକାରୀ କହିଛନ୍ତି ଯେ ହିଂସାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି ।

ପାର୍ଟି ଅଫିସରେ ଉପସ୍ଥିତ ଥିବା ସମସ୍ତ ଲୋକଙ୍କୁ ପୋଲିସ ବାହାର କରିଦେଇଛି । ବରିଷ୍ଠ ପୋଲିସ ଅଧିକାରୀ ଏବଂ ରାଜସ୍ୱ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ସୂଚନା ଥାଉକି, ଉଭୟ ନେତାଙ୍କ ସମର୍ଥକଙ୍କ ମଧ୍ୟରେ ହିଂସା ଦେଖାଦେଇଥିଲା । ଏହା ପରେ ସେମାନେ ଅଭାଇ ଶାନମୁଗାମ ସାଲାଇରେ ଥିବା AIADMK ମୁଖ୍ୟାଳୟରେ ଭଙ୍ଗାରୁଜା କରିଥିଲେ ।

ପଲାନିସ୍ୱାମୀ ଶାସକ ଡିଏମକେର ପନିରସେଲଭମଙ୍କୁ “କୁକୁର” ବୋଲି କହିଥିଲେ । ହିଂସା ପାଇଁ ପନିରସେଲଭମ୍ ଙ୍କୁ ଦାୟୀ କରିଥିଲେ । ଏଆଇଏଡିଏମକେ ନେତା ଡି ଜୟକୁମାର କହିଛନ୍ତି ଯେ ପାର୍ଟି କାର୍ଯ୍ୟାଳୟର ସୁରକ୍ଷା ପାଇଁ ପୋଲିସକୁ ପୂର୍ବରୁ ନିବେଦନ କରାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com