ଅନ୍ତର୍ଜାତୀୟଜାତୀୟ

ଶ୍ରୀଲଙ୍କା ରାଷ୍ଟ୍ରପତି ଭବନ ସ୍ୱିମିଂ ପୁଲରେ ଗାଧୋଇଲେ, ପ୍ରଧାନମନ୍ତ୍ରୀଙ୍କ ବେଡ୍ ରୁମରେ କଲେ ରେସ୍ଲିଂ, ଲୋକଙ୍କ ମଜାଦାର ଫଟୋ ଭାଇରାଲ

କଲମ୍ବୋ:  କୌଣସି ଦେଶର ରାଷ୍ଚ୍ରପତି ଭବନ ସେହିଦେଶର ସବୁଠୁ ସୁରକ୍ଷିତ ସ୍ଥାନ ହୋଇଥାଏ। ଏଥି ପାଇଁ ଅନେକ ଦେଶରେ ଲୋକଙ୍କୁ ରାଷ୍ଟ୍ରପତି ଭବନର କିଛି ଅଞ୍ଚଳ ବୁଲିବାକୁ  ଅନୁମତି ଦିଆଯାଇଥାଏ। ଏଥିରେ ରାଷ୍ଟ୍ରପତି ଭବନର ସ୍ୱିମିଂ ପୁଲ ଓ ରାଷ୍ଟ୍ରପତିଙ୍କ ବେଡ ରୁମକୁ ପହଞ୍ଚିବା ସାଧାରଣ ନାଗରିକଙ୍କ ଲାଗି ଏତେ ସହଜ ନୁହେଁ। ହେଲେ ଏହା ସମ୍ଭବ ହୋଇଛି ଶ୍ରୀଲଙ୍କାରେ। ଲୋକେ ଶ୍ରୀଲଙ୍କା ରାଷ୍ଟ୍ରପତି ଭବନକୁ ଶନିବାର ଧସେଇ ପଶିବା ସହ ପୁରା ଭବନକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି।

ରାଷ୍ଟ୍ରପତି ଭବନ ପରିସରକୁ ଲୋକେ ପଶିବା ପରେ ସବୁ ଅଞ୍ଚଳକୁ ଖେଦି ଯାଇଥିଲେ। ଏଥିରେ ରାଷ୍ଟ୍ରପତିଙ୍କ ଶୟନକକ୍ଷ ଓ ପ୍ରଶାଧାନ କଖ୍ୟ ମଧ୍ୟ ବାଦ ପଡିନଥିଲା। ଲୋକେ ସ୍ୱିମିଂ ପୁଲରେ ଭରପୁର ମଜା ନେବା ପରେ ଶୟନ କକ୍ଷର ମଖମଲି ଖଟରେ ମଧ୍ୟ ଗଡିଛନ୍ତି। କେବଳ ଏତିକି ନୁହେଁ ରାଷ୍ଟ୍ରପତି ଭବନ ପରିସରର ବିଳାଶମୟ ବାଥରମ ଓ ଜିମ୍ନାସିୟମର ମଧ୍ୟ ଭରପୁର ଉପଯୋଗ କରିଛନ୍ତି ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ଦେଶ ଗୁରୁତର ଆର୍ଥିକ ସଂକଟର ସମ୍ମୁଖୀନ ହୋଇଥିବା ବେଳେ ସରକାର ଏହାର ମୁକାବିଲା କରିବାରେ ବିଫଳ ହୋଇଛନ୍ତି। ଫଳରେ ଲୋକେ ସଡକକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଏବେ ରାଷ୍ଟ୍ରପତି ଭବନକୁ ପଶିଛନ୍ତି। ଲୋକଙ୍କ ରାଷ୍ଟ୍ରପତି ଭବନରେ ଅନୁପ୍ରବେଶର ଭିଡିଓ ଏବଂ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କୁହାଯାଉଛି ଲୋକେ ରାଷ୍ଟ୍ରପତି ଭବନକୁ ଧଶେଇ ପଶିବା ବେଳକୁ ରାଷ୍ଟ୍ରପତି ସ୍ଥାନ ଛାଡି ସାରିଥିଲେ।

ଲୋକେ କେବଳ ରାଷ୍ଟ୍ରପତି ଭବନ ନୁହେଁ ପ୍ରଧାନମନ୍ତ୍ରୀଙ୍କ ଅଧିକାରୀକ ବାସଭବନକୁ ମଧ୍ୟ ନିଜ ନିୟନ୍ତ୍ରଣକୁ ନେଇଛନ୍ତି। ଯଉଁଠି ଆନ୍ଦୋଳନକାରୀ ବେଶ ଆରାମ କରୁଥିବା ଦେଖାଯାଇଛି। ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କ ବାସଭବନ ଶୟନ କକ୍ଷରେ ଲୋକଙ୍କୁ ଖଟ ଉପରେ କୁସ୍ତି କରୁଥିବା ଦେଖା ଯାଇଛି। ଶ୍ରୀଲଙ୍କା ପରିସ୍ଥିତି ଉପରେ ସାରା ଦୁନିଆର ଏବେ ଆଖି। ଏଥିରେ ଏଠାରୁ ଆସୁଥିବା ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି।

 

Related Articles

Back to top button
WP Twitter Auto Publish Powered By : XYZScripts.com