ଜାତୀୟରାଜନୀତି

ସଞ୍ଜୟ ରାଓ୍ୱତଙ୍କୁ ଇଡିର ନୋଟିସ୍‌

ଶିବସେନା ସାଂସଦ ସଞ୍ଜୟ ରାଓ୍ୱତଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ କରିଛି । ମଙ୍ଗଳବାର ଦିନ ଅଫିସରେ ହାଜର ହେବାକୁ ଇଡି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଜମିଦୁର୍ନୀତି ଅଭିଯୋଗରେ ଇଡି ସମନ କରିଥିବା ଜଣାପଡିଛି । ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ସଙ୍କଟ ଭିତରେ ବର୍ତ୍ତମାନ ଶିବସେନାର ଏହି ବରିଷ୍ଠ ନେତାଙ୍କୁ ଇଡି ସମନ କରିବା ଚର୍ଚ୍ଚାକୁ ବଢାଇଦେଇଛି । ଗୋଟିଏ ପଟେ ସରକାରରେ ଅନିଶ୍ଚିତତା ଏପଟେ ଇଡିର ସମନ ରାଜନୈତିକ ପାଣିପାଗକୁ ପୁଣି ଗରମ କରିଛି । ପ୍ରବୀଣ ରାଓ୍ୱତ ଏବଂ ପାତ୍ରା ଚାଓ୍ୱଲଙ୍କ ଜମି ଦୁର୍ନୀତି ପ୍ରସଙ୍ଗରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ଦୁର୍ନୀତିରେ ପ୍ରାୟ ୧୦୩୪କୋଟି ଟଙ୍କାର ଘୋଟାଲା ହୋଇଛି ବୋଲି ସୂଚନା ରହିଛି । ଏହି ମାମଲାରେ ପୂର୍ବରୁ ସଞ୍ଜନ ରାଓ୍ୱତଙ୍କ ସହଯୋଗୀ ପ୍ରବୀଣ ରାଓ୍ୱତଙ୍କ ୯ କୋଟି ଟଙ୍କା ଏବଂ ସାଂସଦଙ୍କ ପତ୍ନୀଙ୍କର ୨ କୋଟି ଟଙ୍କାର ସମ୍ପତ୍ତି ଜବତ କରିସାରିଛି ଇଡି ।

Related Articles

Back to top button
WP Twitter Auto Publish Powered By : XYZScripts.com