ଅନ୍ତର୍ଜାତୀୟଜାତୀୟରାଜନୀତି

ଶେଷ ହେଲା ଭାରତ-ବାଂଲାଦେଶ ଦ୍ୱିପାକ୍ଷିକ ବୈଠକ

ନୂଆଦିଲ୍ଲୀ, ୦୬/୦୯/୨୦୨୨ –  ଭାରତ ପ୍ରଧାନମନ୍ତ୍ରୀ ଏବଂ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଶେଷ ହୋଇଛି ।  ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି- ଗତବର୍ଷ ଆମେ ବାଂଲାଦେଶ ସ୍ୱାଧୀନତାର ୫୦ ବର୍ଷ ପୂର୍ତ୍ତି ପାଳନ କରିଛୁ । ଆମେ ପ୍ରଥମ ମିତ୍ରତା ଦିବସ ମଧ୍ୟ ପାଳନ କରିଛୁ । ଆଜିର ଦିନରେ ବାଂଲାଦେଶର ବିକାଶରେ ଭାରତର ସବୁଠାରୁ ବଡ ଭୂମିକା ରହିଛି । ସେହିଭଳି ଉଭୟ ଦେଶ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ମଧ୍ୟ ବଢିବାରେ ଲାଗିଛି । ଆଗାମୀ ଦିନରେ ବିଦ୍ୟୁତ ପରିଚଳନା କ୍ଷେତ୍ରରେ ଭାରତ ବାଂଲାଦେଶ ମଧ୍ୟରେ କଥାବାର୍ତ୍ତା ଜାରିରହିଛି ।  ଭାରତ-ବାଂଲାଦେଶ ସମ୍ପର୍କ ଆଗାମୀ ଦିନରେ ନୂଆ ସଫଳତା ହାସଲ କରିବ ।

 ସେହିପରି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା କହିଛନ୍ତି-  ଭାରତ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନର ସଫଳତା ପାଇଁ ସମସ୍ତଙ୍କୁ ମୁଁ ବଧାଇ ଜଣାଉଛି ।  ମୋଦିଙ୍କ ସହ ମୋର ଆଲୋଚନା ସଫଳ ହୋଇଛି । ଏହାର ଲାଭ ଉଭୟ ଦେଶକୁ ମିଳିବ। ଏହି ବୈଠକରେ ୭ଟି ଚୁକ୍ତି ସ୍ୱାକ୍ଷରିତ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com