ଅନ୍ତର୍ଜାତୀୟଜାତୀୟ

ମଙ୍ଗଳବାର ଲାଲ୍ ସଙ୍କେତରେ ଖୋଲିଲା ବଜାର, ୮୦୦ରୁ ଅଧିକ କମ୍ପାନୀର ସେୟାର ଦାମ୍ କମିଲା

ନୂଆଦିଲ୍ଲୀ:  ସୋମବାର ପରେ ମଙ୍ଗଳବାର ମଧ୍ୟ ସେୟାର ବଜାର ଲାଲ୍ ସଙ୍କେତ ସହ ଖୋଲିଛି । କାରବାର ଆରମ୍ଭରେ ବିଏସଇ ସେନସେକ୍ସ ଓ ଏନଏସଇ ନିଫ୍ଟି ଉଭୟ କ୍ଷତିରେ କାରବାର କରିଥିଲା । ଆରମ୍ଭରୁ ବିଏସଇ ସେନସେକ୍ସ ୧୨୫.୪୨ ପଏଣ୍ଟ ଖସିଥିଲା । ତେବେ ସୋମବାର ଆସିଥିବା ଖୁଚୁରା ମହଙ୍ଗା ଦରରେ ହ୍ରାସର ପ୍ରଭାବ ସେୟାର ବଜାରେ ଉପରେ ପଡିଛି ।

ମଙ୍ଗଳବାର ସେନସେକ୍ସ କାରବାର ଆରମ୍ଭରୁ ୧୨୫.୪୨ ପଏଣ୍ଟ ଖସି ୫୨୭୦୪.୩୨କୁ ଖସି ଆସିଥିଲା । ନିଫ୍ଟି ମଧ୍ୟ ୩୦.୨୦ ଅଙ୍କ ଖସି ୧୫୭୪୪.୨୦ରେ ପହଁଚିଥିଲା । ମୋଟ୍ ୧୧୧୮ଟି ସେୟାର ଭଲ କାରବାର କରିଥିଲେ ବି ୮୧୪ର ଦାମ୍ ହ୍ରାସ ପାଇଥିଲା । ୮୫ ପ୍ରତିଶତ ସେୟାରର ଦାମ୍ ଅପରିବର୍ତ୍ତିତ ରହିଥିଲା ।

ଆର୍ଥିକ ମାନ୍ଦାବସ୍ଥା ଆଶଙ୍କା

ନିବେଶକ ଏବେ ୟୁଏସ ଭେଡେରାଲ ରିଜର୍ଭର ଆଗାମୀ ନୀତି ଉପରେ ନଜର ରଖିଛନ୍ତି । ଯାହା ବୁଧବାର ଘୋଷଣା କରାଯିବ । ବିଶ୍ୱରେ ମାନ୍ଦାବସ୍ଥା ଆସିପାରେ ବୋଲି ନିବେଶକ ଆଶଙ୍କାରେ ରହିଛନ୍ତି । ଏହି କାରରୁ ତିନିଦିନ ହେଲା କାରବାର ପ୍ରଭାବିତ ହେଉଛି । ସାରା ବିଶ୍ୱର ବଜାରରେ ହ୍ରାସ ପରିଲକ୍ଷିତ ହୋଇଥିବା ନଜର ଆସିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com