ଓଡ଼ିଶାଜାତୀୟରାଜନୀତି

ଏଥର ୨୦୨୩ରେ ହେବ କି ସାଧାରଣ ନିର୍ବାଚନ ?

 ଭୁବନେଶ୍ୱର, ୧୦/୧୨/୨୦୨୨ –   ଚଳିତ ଥର ଆଗୁଆ ହେବ କି ସାଧାରଣ ନିର୍ବାଚନ ? ୨୦୨୪ ପୂର୍ବରୁ ନିର୍ବାଚନର ବିଗୁଲ ବାଜି ପାରେ ବୋଲି ପରୋକ୍ଷରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବର୍ତ୍ତମାନ କେନ୍ଦ୍ରରେ ବିଜେପିର ସ୍ଥିତି ବହୁତ ମଜବୁତ ଥିବା ବେଳେ ପୂର୍ବ ନିର୍ବାଚନ ସମୟରେ ଯେଉଁ ଇସ୍ତହାର ପତ୍ର ଉପସ୍ଥାପନ କରିଥିଲା ତାହ ମଧ୍ୟ ପୂରଣ କରୁଛି । ୨୦୨୩ ସୁଦ୍ଧା ବିଜେପି ରାମ ମନ୍ଦିର ସମ୍ପୂର୍ଣ୍ଣ କରିବାକୁ କଥା ଦେଇଥିଲା । ତେବେ ଏହା ପୂରଣ ହେବାକୁ ଯାଉଛି । ଦିଲ୍ଳୀ, ହିମାଚଳରେ ହାରିବା ପରେ ବି ବିଜେପିର ସ୍ଥିତି ବହୁତ ଭଲ ଅଛି । ତେବେ ଏଭଳି ପରିସ୍ଥିତିରେ ମୋଦି ସରକାର ଚାହିଁଲେ ଆଗୁଆ ନିର୍ବଚାନ ପାଇଁ ଡାକରା ଦେଇପାରନ୍ତି ।

ମୁଖ୍ୟତଃ ଦେଖିବାକୁ ଗଲେ ଲୋକସଭା ନିର୍ବାଚନ ସମୟରେ ଓଡିଶାର ବିଧାନ ସଭା ନିର୍ବାଚନ ହୋଇଥାଏ । ତେବେ ଏହା ପଛରେ ମଧ୍ୟ ଶାସକ ଦଳର ଷ୍ଟାଟେଜି ରହିଛି । ଏହାର ଫାଇଦା ମଧ୍ୟ ଶାସକ ଦଳ ଉଠାଇ ଆସୁଛି । କାରଣ ସମାନ ସମୟରେ ନିର୍ବାଚନ ହେବା ଦ୍ୱାରା କେନ୍ଦ୍ର ମନ୍ତ୍ରୀ ମାନେ ଲୋକସଭା ନିର୍ବାଚନରେ ବ୍ୟସ୍ତ ରହିବେ ଆଉ ରାଜ୍ୟ ଉପରେ ସେତେଟା ଦୃଷ୍ଟି ଦେବେନି । ସେଥିପାଇଁ ଏକା ସମୟରେ ନିର୍ବାଚନ କରବାକୁ ସର୍ବଦା ଶାସକ ଦଳ ବିଜେଡି ପ୍ରସ୍ତୁତ ରହିଥାଏ ।  ଯଦି ଚଳିତ ଥର ନିର୍ବାଚନ ୨୦୨୩ ଅନୁଷ୍ଠିତ ହୁଏ ତେବେ ଏହି ସମାନ ପଥରେ ଓଡିଶା ମଧ୍ୟ ଯାଇପାରେ । କାରଣ ଅଲଗା ରାଜ୍ୟ ଯଥା ହିମାଚଳ ପ୍ରଦେଶ, ଗୁଜରାଟ ଭଳି ଓଡିଶା ଅଲଗା ସମୟରେ ବିଧାନସଭା କରି ନଥାଏ । ମୁଖ୍ୟତଃ ସେ ଲୋକସଭା ନିର୍ବାଚନ ସହିତ ତାର ବିଧାନସଭା ନିର୍ବାଚନ କରିଥାଏ । ଆଉ ଯଦି ମୋଦି ସରକାର ୨୦୨୪ ପରିବର୍ତ୍ତେ ୨୦୨୩ରେ ନିର୍ବାଚନ କରନ୍ତି ତେବେ ଓଡିଶାରେ ମଧ୍ୟ ନିର୍ବାଚନ ଶୀଘ୍ର ହୋଇପାରେ ବୋଲି ଆଶା କରାଯାଉଛି ।

ତେଣୁ ଯଦି ନିର୍ବାଚନ ହୁଏ ଏହା ପାଇଁ ମଧ୍ୟ ରାଜ୍ୟ ବିଜେପି ପ୍ରସ୍ତୁତ ଅଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି । ଏହା ସହିତ ମହାନଦୀ, ବୈତରଣୀ ପାଣି ବୋହିବ ବୋଲି କହିଛନ୍ତି । ଆମେ ବିଜେଡିର ମୁଖ୍ୟ ପ୍ରତିଦ୍ୱନ୍ଦୀ ଆଉ ଆମେ ପୁଣି ଟକ୍କର ଦେବୁ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ତେବେ ରାଜ୍ୟରେ ଆଗୁଆ ନିର୍ବାଚନ କିଛି ନୂଆ କଥା ନୁହେଁ । ପୂର୍ବରୁ ୨୦୦୪ରେ ଆଗୁଆ ନିର୍ବାଚନ ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com