ବାଣିଜ୍ୟ

ଘଣ୍ଟା ପାଇଁ ମୁମ୍ବାଇ ବିମାନବନ୍ଦରରେ ହଇରାଣ ହେଲେ ଶାହାରୁଖ ଖାନ

ଭୁବନେଶ୍ୱର, ୧୨/୧୧/୨୦୨୨-    ବଲିଉଡର କିଙ୍ଗ ଖାନ ଏବଂ ତାଙ୍କ ଦଳଙ୍କୁ ମୁମ୍ବାଇ ବିମାନବନ୍ଦରରେ କଷ୍ଟମ ବିଭାଗର ପଚରାଉଚରା କରିଥିଲା । ଶାହାରୁଖ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଘରୋଇ ଚାର୍ଟାର୍ଡ ​​ବିମାନରେ ଦୁବାଇରୁ ମୁମ୍ବାଇ ଫେରିଥିଲେ । ଘଣ୍ଟା ବିଷୟରେ ପ୍ରଶ୍ନ କରିବା ପରେ କଷ୍ଟମ୍ସ ସେମାନଙ୍କୁ ଛାଡିଦେଇଥିଲା । ଏୟାର ଇଣ୍ଟେଲିଜେନ୍ସ ୟୁନିଟ୍ (AIU) ସୂତ୍ର ଅନୁଯାୟୀ, ଶାହାରୁଖ ଖାନ ଶାରଜା (ୟୁଏଇ) ରୁ ଆସୁଥିଲେ ଏବଂ ଦାମୀ ଘଣ୍ଟାର କଭର ଥିଲା ଯାହାର ମୂଲ୍ୟ ୧୮ ଲକ୍ଷ ଟଙ୍କା ଥିଲା। ଯେଉଁଥିପାଇଁ ତାଙ୍କୁ ୬.୮୩ ଲକ୍ଷ ଟଙ୍କା କଷ୍ଟମ୍ ଡ୍ୟୁଟି ଦେବାକୁ ପଡିଲା ।ଶାହାରୁଖ ଖାନ ଏକ ଘରୋଇ ଚାର୍ଟାର୍ଡ ​​ବିମାନରୁ ଆସିଥିଲେ, ପରେ ତାଙ୍କୁ ଭିଆଇପି ଟର୍ମିନାଲରେ ଅଟକାଯାଇଥିଲା । ଅଭିନେତା ଏଜେନ୍ସିର କାର୍ଯ୍ୟରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ଏବଂ ପେନାଲ୍ଟି ମଧ୍ୟ ପ୍ରଦାନ କରିଥିଲେ । ତା’ପରେ ସେମାନଙ୍କୁ ଯିବାକୁ ଅନୁମତି ଦିଆ ଯାଇଥିଲା ।

ଶାହାରୁଖ, ତାଙ୍କ ମ୍ୟାନେଜର ପୂଜା ଦାଦଲାନି, ବଡି ଗାର୍ଡ ରବି ଏବଂ ଅନ୍ୟ କେତେକ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଘରୋଇ ଚାର୍ଟର ବିମାନ VTR-SG ରେ ୟୁଏଇରୁ ମୁମ୍ବାଇ ଫେରିଥିଲେ। ବିମାନବନ୍ଦରର T3 ଟର୍ମିନାଲରେ ସେମାନଙ୍କ ବ୍ୟାଗ ସ୍କାନ କରିବା ପରେ କଷ୍ଟମ ଅଧିକାରୀମାନେ ପ୍ରାୟ ୧୮ ଲକ୍ଷ ଟଙ୍କା ମୂଲ୍ୟର ଘଣ୍ଟା ପାଇଥିଲେ। ଯେଉଁଥିରେ ଏସପିରିଟ୍, ବାବୁନ୍ ଏବଂ ଜୁର୍ବକ୍ ଏବଂ ଆପଲ୍ ସିରିଜ୍ ର ଘଣ୍ଟା ରହିଥିଲା, ଯାହାର ମୋଟ ମୂଲ୍ୟ ୧୭ ଲକ୍ଷ ୫୬ ହଜାର ୫୦୦ ଟଙ୍କା ବୋଲି କୁହାଯାଉଛି ।

ବ୍ୟାଗରେ ରୋଲକ୍ସ ପରି ବିଳାସପୂର୍ଣ୍ଣ ବ୍ରାଣ୍ଡର ଘଣ୍ଟାର ଖାଲି ବାକ୍ସ ମଧ୍ୟ ମିଳିଥିଲା ​​। କାହିଁକି ଖାଲି ବାକ୍ସ ଅଛି, ବ୍ରାଣ୍ଡେଡ୍ ଘଣ୍ଟା କେଉଁଠାରେ ଅଛି, କେତେ ମୂଲ୍ୟ ରହିଛି ସେ ସମ୍ବନ୍ଧରେ କଷ୍ଟମ୍ସ ବିଭାଗ ସୂଚନା ଚାହୁଁଥିଲା। ଏସବୁ ବିଷୟରେ କଷ୍ଟମ୍ ଅଧିକାରୀମାନେ ଶାହାରୁଖଙ୍କ ସମେତ ଦଳକୁ କିଛି ସମୟ ପଚରାଉଚରା କରିଥିଲେ। ପ୍ରାୟ ଏକ ଘଣ୍ଟାର ଏହି ପ୍ରକ୍ରିୟା ପରେ ଶାହାରୁଖ ଏବଂ ପୂଜା ଦାଦଲାନୀଙ୍କୁ ବିମାନ ବନ୍ଦର ଛାଡିବାକୁ ଅନୁମତି ଦିଆଯାଇଥିବା ବେଳେ ଅଭିନେତାଙ୍କ ଅଙ୍ଗରକ୍ଷୀ ରବି ଏବଂ ବାକି ଦଳ ବିମାନ ବନ୍ଦରରେ ଅଟକି ରହି ପରବର୍ତ୍ତୀ ପ୍ରକ୍ରିୟା ଶେଷ କରିଥିଲେ। ଘଣ୍ଟାର ମୂଲ୍ୟାଙ୍କନ କରିବା ପରେ ଶାହାରୁଖଙ୍କ ବଡି ଗାର୍ଡ ରବି ଶାହାରୁଖଙ୍କ କ୍ରେଡିଟ କାର୍ଡରୁ ୬ ଲକ୍ଷ ୮୩ ହଜାର ଟଙ୍କା କଷ୍ଟମ ଡ୍ୟୁଟି ଦେଇଥିଲେ ଯାହା ପରେ ସମସ୍ତଙ୍କୁ ଛାଡି ଦିଆ ଯାଇଥିଲା।

 

Related Articles

Back to top button
WP Twitter Auto Publish Powered By : XYZScripts.com