ବାଣିଜ୍ୟ

ବିହାରରେ ମଦ ଯୋଗାଇବାକୁ ଦାବି କଲା IRCTC

ନୂଆଦିଲ୍ଲୀ, ୦୪ /୧୦/୨୦୨୨-  ବିହାରରେ ମଦ ଯୋଗାଇବାକୁ ଦାବି କରିଛି  ଭାରତୀୟ ରେଲୱେର ଅନ୍ଲାଇନ୍ ଟିକେଟ୍ ବୁକିଂର ସୁବିଧା ଉପଲବ୍ଧ କରୁଥିବା IRCTC ।  ବିହାର ପରିଦର୍ଶନ କରୁଥିବା ପର୍ଯ୍ୟଟକଙ୍କୁ ମଦ୍ୟପାନ କରିବାର ସୁବିଧା ଦିଆ ଯିବା ନେଇ IRCTC  କହିଛି ଯେ, ବିହାରରେ ମଦ ନିଷେଧ ହେତୁ ଅନେକ ଦେଶରୁ ପର୍ଯ୍ୟଟକ ବିହାରକୁ ଆସୁନାହାଁନ୍ତି । ଯେଉଁଥିପାଇଁ ବିହାରକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ମଦ ପିଇବାର ସୁବିଧା ଉପଲବ୍ଧ କରାଯିବା ଉଚିତ୍ । ଯଦି ବିହାରରେ ପର୍ଯ୍ୟଟନ ବୃଦ୍ଧି କରାଯାଏ, ତେବେ ବିହାର ସରକାର ମଦ ନିଷେଧାଦେଶକୁ କୋହଳ କରି ବିଦେଶୀ ପର୍ଯ୍ୟଟକଙ୍କୁ ମଦ ପିଇବାର ବ୍ୟବସ୍ଥା କରିବା ଦରକାର ।

IRCTCର ଇଷ୍ଟ ଜୋନ୍ ଗ୍ରୁପ୍ ଜେନେରାଲ୍ ମ୍ୟାନେଜର ଜାଫର ଆଜାମ କହିଛନ୍ତି ଯେ ବିଦେଶୀମାନେ ମଦ୍ୟପାନ କରୁଛନ୍ତି । ଯଦି ଅଧିକରୁ ଅଧିକ ବୈଦେଶିକ ମୁଦ୍ରା ରୋଜଗାର କରିବାକୁ ଚାହୁଁଛନ୍ତି, ତେବେ ସେମାନଙ୍କୁ ମଦ୍ୟପାନ କରିବାର ଅନୁମତି ଦେବାକୁ ପଡିବ । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏପ୍ରିଲ ୨୦୧୬ରେ ବିହାର ନିଷେଧ ଏବଂ ଏକ୍ସାଇଜ୍ ଆକ୍ଟ ଅନୁଯାୟୀ ରାଜ୍ୟରେ ମଦ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଯାହା ପରଠାରୁ ବହୁ ସଂଖ୍ୟକ ଲୋକ ମଦ୍ୟପାନ କରି ଜେଲରେ ଅଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com