ଓଡ଼ିଶାବାଣିଜ୍ୟ

ଆଜି ମୁମ୍ବାଇରେ ନିବେଶକ ସମ୍ମିଳନୀ, ଯୋଗ ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର ; ୧୪ା୯  ଓଡ଼ିଶା ସରକାରଙ୍କ ପକ୍ଷରୁ ଆଜି ମୁମ୍ବାଇରେ ନିବେଶକ ସମ୍ମିଳନୀ ଆୟୋଜନ କରାଯିବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁମ୍ବାଇରେ ପହଞ୍ଚିଛନ୍ତି । ଏହା ପୂର୍ବରୁ ମୁଖ୍ୟ ସଚିବ ସୁରେଶ ମହାପାତ୍ର ୧୫ରୁ ଅଧିକ ଶିଳ୍ପ ସଂସ୍ଥାର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି । ଆଇଏମ୍‌ପି ପାୱାର, ଥାଇସେନ୍‌କ୍ରୁପ୍ ଇଣ୍ଡିଆ, କ୍ରିସିଲ୍‌, ରୋକେମ୍ ସେପାରେସନ୍ ସିଷ୍ଟମ୍‌ ଓ ନାଲ୍‌କୋ ଭଳି ସଂସ୍ଥା ସେଥିରେ ଭାଗ ନେବା ସହ ଓଡ଼ିଶାରେ ପୁଞ୍ଜିନିବେଶ କରିବା ନେଇ ଆଗ୍ରହ ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ହେବାକୁ ଥିବା ଆଲୋଚନାରେ ଅଂଶଗ୍ରହଣ କରିବାକୁ ସେ ସେମାନଙ୍କୁ ନିବେଦନ କରିଛନ୍ତି । ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍ ୨୦୨୨ରେ ଯୋଗଦେବାକୁ କଂପାନିଗୁଡ଼ିକୁ ମୁଖ୍ୟ ସଚିବ ଆମନ୍ତ୍ରଣ କରିଛନ୍ତି । ଶିଳ୍ପସଂସ୍ଥାଗୁଡ଼ିକୁ ରାଜ୍ୟ ସରକାର ପ୍ରଦାନ କରୁଥିବା ସହାୟତା ଓ ସମର୍ଥନ ବିଷୟରେ ଶ୍ରୀ ମହାପାତ୍ର ବିସ୍ତୃତ ଆଲୋଚନା କରିଥିଲେ। ଶିଳ୍ପ ପାଇଁ ଅନୁକୂଳ ପରିବେଶ, ସବ୍‌ସିଡି ଓ ଅନ୍ୟାନ୍ୟ ସହାୟତା ବିଷୟରେ କହିଥିଲେ । ରାଜ୍ୟର ବିଭିନ୍ନ କ୍ଷେତ୍ରରେ ରହିଥିବା ନିବେଶ ସୁଯୋଗ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com