ଓଡ଼ିଶା

ରାଷ୍ଟ୍ରପତି ନିର୍ବାଚନ : ବିରୋଧୀଙ୍କ ପକ୍ଷରୁ କିଏ ହେବେ ରାଷ୍ଟ୍ରପତି ପ୍ରାର୍ଥୀ? ଜାଣନ୍ତୁ ଟପରେ ରହିଛି କେଉଁମାନଙ୍କ ନାଁ

ନୂଆଦିଲ୍ଲୀ:  ନିର୍ବାଚନ ଆୟୋଗ ରାଷ୍ଟ୍ରପତି ନିର୍ବାଚନ ଲାଗି ତାରିଖ ଘୋଷଣା କରିଛନ୍ତି। ଖୁବ୍ ଶୀଘ୍ର ଶାସକ ଦଳ ଏନଡିଏ ତାଙ୍କ ପ୍ରାର୍ଥୀଙ୍କ ନାମ ଘୋଷଣା କରିବେ। ତେବେ ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳ ନିଜର ପ୍ରାର୍ଥୀ ଛିଡା କରିବେ ନା ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବେ ତାହା ହିଁ ଏବେକା ସମୟର ସବୁଠୁ ବଡ ପ୍ରଶ୍ନ। ତେବେ କଂଗ୍ରେସ ପାର୍ଟିର ଜନୈକ ବରିଷ୍ଠ ନେତାଙ୍କ ଅନୁସାରେ ରାଷ୍ଟ୍ରପତି ପଦ ନିମନ୍ତେ ପ୍ରାର୍ଥୀଙ୍କ ନାମ ନେଇ ବିରୋଧୀ ଦଳଙ୍କ ସହମତି ଲାଗି ଉଦ୍ୟମ କରିବେ।

କଂଗ୍ରେସ ଅନୁସାରେ ପ୍ରାର୍ଥୀ ହୁଏତ କଂଗ୍ରେସର ହୋଇପାରନ୍ତି ଅଥବା ତୃଣମୂଳ କଂଗ୍ରେସ (ଟିଏମସି) ର ହେଲେ ପ୍ରାର୍ଥୀଙ୍କୁ ନେଇ ସହମତି ଜରୁରି। ତେବେ କଂଗ୍ରେସ ପାର୍ଟି ପକ୍ଷରୁ ଗୁଲାମନବୀ ଆଜାଦଙ୍କ ନାମ ଚର୍ଚ୍ଚାରେ ଥିବା ଜଣାପଡିଛି। ଏ ନେଇ ପାର୍ଟି ପ୍ଲାଟଫର୍ମରେ ଆଲୋଚନା ହୋଇଥିବା ବେଳେ ତାଙ୍କ ନାମକୁ ନେଇ ସର୍ବସମ୍ମତି ଖୁବ୍ ସହଜ ହେବ। କାରଣ ଆଜାଦ ଦୀର୍ଘ ସମୟ ଧରି ରାଜ୍ୟସଭାରେ ବିରୋଧୀ ଦଳ ନେତା ରହିଥିବା ବେଳେ ବିପକ୍ଷ ସାଂସଦଙ୍କ ସହ ମଧ୍ୟ ତାଙ୍କର ଭଲ ସମ୍ପର୍କ ରହିଛି। ତେବେ ଗୁଲାମନବୀଙ୍କ ନାମ ଏବେବି ଚୂଡାନ୍ତ ନୁହେଁ ବୋଲି କୁହାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com