ଓଡ଼ିଶା

ଏମାର ମଠରେ ଗୁପ୍ତଧନ ସନ୍ଧାନ, ପ୍ରଶାସନ ପକ୍ଷରୁ ଆଜି ଖୋଳିବା ନଷ୍ପତ୍ତି

ପୁରୀ : ଆଜି ପୁଣି ଖୋଳା ହେବ ପୁରୀ ଏମାର ମଠ । ପୁରୀରୁ ଚିହ୍ନଟ କରାଯାଇଥିବା ୩ଟି ସ୍ଥାନକୁ ଖୋଳିବ ପ୍ରଶାସନ । ପ୍ରଶାସନିକ ଅଧିକାରୀ, ଉପଜିଲ୍ଲାପାଳ, ମାଜିଷ୍ଟ୍ରେଟ୍ ଓ ପୋଲିସ୍ ର ଉପସ୍ଥିତିରେ ଏମାର ମଠ ଖୋଳା ଆରମ୍ଭ କରାଯିବ । ଏହା ବ୍ୟତୀତ ମଠ ପରିଚାଳନା ଟ୍ରଷ୍ଟର ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ରହିବେ । ଏନେଇ ଯାଞ୍ଚ ଆରମ୍ଭ ହୋଇଛି । ୨୦୨୧ ସେପ୍ଟେମ୍ବର ୧୬ ତାରିଖରେ ଏହି ସ୍ଥାନକୁ ଚିହ୍ନଟ କରାଯାଇଥିଲା । ସେ ସମୟରେ ବିଶେଷଜ୍ଞ ଟିମ୍ ମେଟାଲ ଡିଟେକ୍ଟର ଦ୍ୱାରା ଚିହ୍ନଟ କରିଥିଲେ । ମଠରେ ଗୁପ୍ତଧନ ଆଶାରେ ଯାଞ୍ଚ କରାଯାଇଥିଲା । ମଠର ପ୍ରବେଶ ଗୃହ, ଅଗଣା, ଝୁଲଣ ମଣ୍ଡପ ସମ୍ମୁଖ ଅଗଣାରେ ଚିହ୍ନ କରାଯାଇଥିଲା । ତେବେ ଆଜି ସେହିସବୁ ଚିହ୍ନ କରାଯାଇଥିଲା ସ୍ଥାକୁ ଖୋଳାଯାଇପାରେ ବୋଲି ସୂଚନା ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com