ଓଡ଼ିଶା

ଲଜ୍‌ରୁ ମିଳିଲା ବ୍ୟବସାୟୀଙ୍କ ମୃତଦେହ, ପୋଲିସ୍‌ର ତଦନ୍ତ ଆରମ୍ଭ

କେନ୍ଦୁଝର() କେନ୍ଦୁଝର ସହର ସ୍ଥିତ କେଉଁଝର ଲଜର ୨୧୮ ନମ୍ବର ରୁମରୁ ଜଣେ ସ୍କ୍ରାପ ବ୍ୟବସାୟୀଙ୍କର ମୃତଦେହ ଉଦ୍ଧାର ହୋଇଛି ।  ବ୍ୟବସାୟୀ ଜଣକ ଝାଡ଼ଖଣ୍ଡ ରାଜ୍ୟ ରାଞ୍ଚି  ଅଞ୍ଚଳର ସ୍କ୍ରାପ ବ୍ୟବସାୟୀ ଏମଡି ଉଦରିସ ହୁସେନ ବୋଲି ଜଣାପଡ଼ିଛି । ସେ ଏକ ତାରିଖରୁ ଆସି ଏହି ଲଜରେ ରହୁଥିଲେ ଏବଂ ଗତକାଲି ରାତିରେ ଲଜର କର୍ମଚାରୀମାନେ ତାଙ୍କୁ ଖାଇବାକୁ ବାରମ୍ଵାର ଡାକିଥିଲେ ସୁଦ୍ଧା ସେ ଶୁଣିନଥିଲେ । ଆଜି ସକାଳୁ ମଧ୍ୟ ତାଙ୍କୁ ବାରମ୍ଵାର କବାଟ ବାଡ଼େଇ ଡାକିବା ସହ ମୋବାଇଲରେ ମଧ୍ୟ ଯୋଗାଯୋଗ କରିଥିଲେ ।

ହେଲେ ମୋବାଇଲ୍ ସୁଇଜ ଅଫ ଆସିଥିଲା । ଶେଷରେ ଲଜର ମ୍ୟାନେଜର ଟାଉନ ଥାନାରେ ଅଭିଯୋଗ କରିଥିଲେ । ଶେଷରେ ପୋଲିସ ଉପସ୍ଥିତିରେ ଦିନ ୧ଟା ସମୟରେ କବାଟ ଭାଙ୍ଗି ଦେଖିବା ବେଳକୁ ତାଙ୍କର ଖଟ ଉପରେ ମୁହଁ ମାଡି ଶୋଇଲା ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରିରଖିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com