ଓଡ଼ିଶା

ଭୋଟର ତାଲିକାରେ ତ୍ରୁଟି, ନିଜ ପଞ୍ଚାୟତରେ ଭୋଟ୍ ଦେବାରୁ ବଞ୍ଚିତ ଗ୍ରାମବାସୀ : ଭୋଟ୍ ବର୍ଜନ ନିଷ୍ପତ୍ତି

ଉମରକୋଟ() ଦୀର୍ଘ ବର୍ଷ ହେବ ନିଜ ପଞ୍ଚାୟତରୁ ସମସ୍ତ ସୁବିଧା ପାଉଛନ୍ତି ଏବଂ ଏପରିକି ବିଗତ ୮ଥର ହେବ ନିର୍ବାଚନରେ ଭୋଟ୍ ମଧ୍ୟ ଦେଉଛନ୍ତି ସେହି ନିଜ ପଞ୍ଚାୟତରେ । କିନ୍ତୁ ଚଳିତ ଥର ଭୋଟର ଲିଷ୍ଟରେ ତ୍ରୁଟି ଯୋଗୁଁ ଅନ୍ୟ ପଞ୍ଚାୟତରେ ଲିଷ୍ଟ ଚାଲି ଯାଇଥିବା ସହ ନିଜ ପଞ୍ଚାୟତରେ ଭୋଟ୍ ଦେବାରୁ ବଞ୍ଚିତ ହେଇଥିବାରୁ ଏଥର ନିର୍ବାଚନ ବର୍ଜନ କରିବେ ମୁର୍ତ୍ତୁମା ପଞ୍ଚାୟତର ମୁଣ୍ଡ୍ରାଗୁଡ଼ା ଗ୍ରାମବାସୀ ।

ସୂଚନାଯୋଗ୍ୟ ଯେ, ମୁଣ୍ଡ୍ରାଗୁଡ଼ା ଗ୍ରାମଟି ଦୀର୍ଘ ୪୦ ବର୍ଷରୁ ଉର୍ଦ୍ଧ୍ବ ହେବ ମୁର୍ତ୍ତୁମା ପଞ୍ଚାୟତ ଅଧୀନରେ ରହିଥିବା ବେଳେ ଏଠାକାର ଲୋକ ଏହି ପଞ୍ଚାୟତରେ ନିଜର ମତାଧିକାର ସାବ୍ୟସ୍ତ କରି ଆସୁଛନ୍ତି। ଏପରିକି ପଞ୍ଚାୟତର ସମସ୍ତ ସୁବିଧା ସୁଯୋଗ ପାଇ ଆସୁଛନ୍ତି । ଗାଁରେ ପ୍ରାୟ ୩୫ ପରିବାରର ପ୍ରାୟ ୧୪୫ ଭୋଟର ରହୁଛନ୍ତି । କିନ୍ତୁ ଚଳିତ ଥର ଏହି ଗ୍ରାମବାସୀ ନିଜ ପଞ୍ଚାୟତରେ ଭୋଟ୍ ଦେଇପାରିବେ ନାହିଁ ।

ସରକାରୀ ଅଧିକାରୀଙ୍କ ଭୁଲ୍ ଯୋଗୁଁ ଏହି ଗ୍ରାମବାସୀଙ୍କ ନାଁ ତଥା ଭୋଟ୍ ଲିଷ୍ଟ ବ୍ଲକର ବକୋଦା ପଞ୍ଚାୟତର ମୁଣ୍ଡାପଦର ଗ୍ରାମକୁ ସ୍ଥାନାନ୍ତରିତ ହୋଇଯାଇଛି । ଏହାକୁ ନେଇ ଉମରକୋଟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଜଣାଇବା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ। ତଥାପି ଗ୍ରାମବାସୀ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଭୋଟ୍ ଦେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । କିନ୍ତୁ କିଛି ନିର୍ଦ୍ଦିଷ୍ଟ ରାଜନୈତିକ ଗୋଷ୍ଠୀର ଲୋକ ଆସି ତାଙ୍କୁ ଭୟଭୀତ କରିବାରୁ ସେମାନେ ଚଳିତ ନିର୍ବାଚନରେ ଭୋଟ୍ ବର୍ଜନ କରିବେ ବୋଲି କହିଛନ୍ତି । ତେବେ ଏନେଇ ଉମରକୋଟ ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ନିର୍ବାଚନ ଅଧିକାରୀ ଡଃ ହିମାଞ୍ଚଳ ମାଝୀଙ୍କୁ ଯୋଗାଯୋଗ କରିଥିଲେ ହେଁ ସେ କ୍ୟାମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ଦେବା ପାଇଁ ମନା କରି ଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com