Featuredଓଡ଼ିଶାଶିକ୍ଷା

ନଭେମ୍ବର ୧୪ରେ ଆରମ୍ଭ ହେବ ଯୁକ୍ତ ୨ ପାରୀକ୍ଷାର ଫର୍ମପୂରଣ

ନଭେମ୍ବର ୧୪ ତାରିଖରେ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ୨ ପାରୀକ୍ଷାର ଫର୍ମପୂରଣ । ଯୁକ୍ତ ୨ର କଳା, ବିଜ୍ଞାନ, ବାଣିଜ୍ୟ ସହ ଧନ୍ଦାମୂଳକ ପରୀକ୍ଷା ହେବାକୁ ଯାଉଛି । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ତେବେ ଆସନ୍ତା ୧୪ରୁ ୧୯ ତାରିଖ ମଧ୍ୟରେ ସମସ୍ତ ରେଗୁଲାର ଓ ଏକ୍ସ ରେଗୁଲାର ପିଲା ଫର୍ମ ପୂରଣ କରିବେ । ଏହାର ଫି’ ଦାଖଲ କରିବେ ୨୧ ତାରିଖରୁ ୨୩ ତାରିଖ ଭିତରେ । ଯଦି  ଫର୍ମ ପୂରଣ କରି ନଥିବେ ତେବେ ୨୪ରୁ ୨୬ ତାରିଖ ଭିତରେ ୧୦୦ ଟଙ୍କା ଫାଇନ ଦେବେ । ଏହି ତାରିଖ ଠାରୁ ଯଦି ବିଳମ୍ବ ହୁଏ ତେବେ ୨୮ ରୁ ୩୦ ମଧ୍ୟରେ ୪୫୦ ଟଙ୍କା ୨୮ ରୁ ୩୦ ମଧ୍ୟରେ ଜୋରିମନା ଦେଇ ଫର୍ମ ପୂରଣ କରିପାରିବେ ଛାତ୍ରଛାତ୍ରୀ । କଲେଜର ସାମ୍ସ ପୋର୍ଟାଲ ଜରିଆରେ କତ୍ତୃପକ୍ଷ ପିଲାଙ୍କ ଫର୍ମ ପୂରଣ କରିବେ । ଏହା ସହ ପ୍ରାକ୍ଟିକାଲ ପେପର ପିଛା ୪୦ଟଙ୍କା ଫି ଧାର୍ଯ୍ୟ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com