ଓଡ଼ିଶା

ଅବୈଧ ପ୍ରେମ ସମ୍ପର୍କକୁ ନେଇ ସଙ୍କୀର୍ତ୍ତନ ଗୁରୁଙ୍କୁ ହତ୍ୟା

ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ବୁଢ଼ାପାଳ ଫାଣ୍ଡି ଅନ୍ତର୍ଗତ ଠିଆନାଳ ଗ୍ରାମରେ ଅବୈଧ ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଜଣକୁ ହତ୍ୟା କରାଯାଇଥିବା ବେଳେ ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ମୃତକ ଜଣକ ହେଲେ ଉକ୍ତ ଗ୍ରାମର ଅପିନ୍ଦ୍ର ବାଘ (୪୫)। ସୋମବାର ରାତିରେ ଠିଆନାଳ କେନ୍ଦୁପତ୍ର ଫଡ଼ି ଘର ନିକଟରେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣା ପଡ଼ିଛି। ପୁଲିସ ସାଇଣ୍ଟିଫିକ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଅଟକ ହୋଇଥିବା ୩ ଜଣ ହେଲେ ଛେଣ୍ଡିପଦା ଥାନା ଅନ୍ତର୍ଗତ କେରଜାଙ୍ଗ ଗ୍ରାମର ବାପ ଲଳିତ ପ୍ରଧାନ, ପୁଅ ନାଲୁ ପ୍ରଧାନ ଓ ସମ୍ପର୍କୀୟ ଲୁଲୁ ପ୍ରଧାନ। ମିଳିଥିବା ସୂଚନା ଅନୁସାରେ ମୃତକ ଅପିନ୍ଦ୍ର ବାଘ ଅଞ୍ଚଳରେ ସଙ୍କୀର୍ତ୍ତନ ଗୁରୁ ଭାବେ ବେଶ୍ ଜଣାଶୁଣା ଥିଲେ। ଲଳିତଙ୍କର ସ୍ତ୍ରୀ ସହ ଅପିନ୍ଦ୍ରଙ୍କ ଅବୈଧ ପ୍ରେମ ସମ୍ପର୍କ ଥିଲା ଏବଂ ପ୍ରାୟ ୩ମାସ ପୂର୍ବେ ଲଳିତଙ୍କ ସ୍ତ୍ରୀ ଘର ଛାଡ଼ି ଅପିନ୍ଦ୍ରଙ୍କ ସହ ରହୁଥିଲେ। କିଛିଦିନ ପରେ ନିଜ ଘରକୁ ଫେରିଥିବା ଲଳିତଙ୍କ ସ୍ତ୍ରୀ ପୁଣି ଘର ଛାଡ଼ି ଚାଲି ଯାଇଥିଲେ। ଏହା ପଛରେ ଅପିନ୍ଦ୍ର ଥିବା ସନ୍ଦେହ କରି ଗତକାଲି ତାଙ୍କୁ କଥାବାର୍ତ୍ତା ହେବା ଆଳରେ କେନ୍ଦୁପତ୍ର ଫଡ଼ି ନିକଟକୁ ଡାକି ହତ୍ୟାକାଣ୍ଡ ଘଟାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Related Articles

Back to top button
WP Twitter Auto Publish Powered By : XYZScripts.com