Breaking NewsFeaturedଓଡ଼ିଶା

ବରପାଲିରେ ପୁଣି ଏକ ସାର ଗୋଦାମ ସିଲ୍, ୫୦୦୦ ବସ୍ତା ସାର ଜବତ

ବରଗଡ଼(ମୋବାଇଲ୍‌ ନ୍ୟୁଜ୍‌): ଅଳ୍ପ ଦିନ ପୂର୍ବରୁ ବରଗଡ଼ ଜିଲ୍ଲା ବରପାଲି ଅଞ୍ଚଳରେ ଏକ ନକଲି ସାର ପ୍ରସ୍ତୁତ କାରଖାନା ଉପରେ ଚଢ଼ଉ କରାଯାଇଥିଲା। ସେହିଭଳି ପୁଣି ଏକ ବେଆଇନ ସାର ଗୋଦାମ ଉପରେ ଚଢ଼ଉ କରାଯାଇଥିବା ଜଣାପଡ଼ିଛି।

ବରପାଲି ବ୍ଲକ ଅନ୍ତର୍ଗତ ରକ୍ସା ତହସିଲଦାର ରୁକ୍ମଣ ମେହେର, ବରଗଡ଼ ଫର୍ଟିଲାଇଜର ଇନ୍ସପେକ୍ଟର ଇତିସ୍ମିତା ଦେବତା, ବରପାଲି ବ୍ଲକ କୃଷି ଅଧିକାରୀ ଦିଲ୍ଲୀପ କୁମାର ମାଝୀ, ବରପାଲି ପୁଲିସ ଆଇଆଇସି ଜୟ ରଶ୍ମି ସେଠୀ ସଦଳବଳେ ଉକ୍ତ ଗୋଦାମ ଉପରେ ଚଢ଼ଉ କରିବା ବେଳେ ସେଠାରୁ ଲୋଡ ହୋଇଥିବା ଏକ ମିନି ଟ୍ରକ (ଓଆର ୦୩ ୧୩୨୪)କୁ ମଧ୍ୟ ଜବତ କରି ଥିଲେ । ଗୋଦାମ ଘରେ ୟୁରିଆ, ଗ୍ରୋମୋର, ପଟାଶ ଆଦି ପ୍ରାୟ ୫୦୦୦ ବସ୍ତା ବିଭିନ୍ନ ସାର ଓ ଔଷଧ ଜବତ କରାଯାଇଛି । ସବୁଠାରୁ ବଡ଼କଥା ସବୁ ତକ ସାର ଏକ୍ସପାଇରି ହୋଇ ଯାଇଛି। ଏମିତିକି ୨୦୧୯ ରେ ତିଆରି ହୋଇ ଥିବା ସାର ବି ଅଛି । କେଉଁ ଉଦ୍ଦେଶ୍ୟ ରେ ପୁରୁଣା ସାର ଏତେ ପରିମାଣ ରେ ଗଚ୍ଛିତ ରଖା ଯାଇଛି ସେ ନେଇ ତଦନ୍ତ ଚାଲିଛି।

ଅମାମୁଣ୍ଡା ପରି ନିହାତି ଦୁର୍ଗମ ଅଞ୍ଚଳରେ ଏପରି ନକଲି କାରବାରକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ସାର ଗୋଦାମ ମାଲିକ ଡୁଙ୍ଗୁରିପାଲି ଗ୍ରାମର ରାଧା କୃଷ୍ଣ ଅଗ୍ରୋ ଏବଂ ପ୍ରୋପାଇରେଟର ରଞ୍ଜନ ଦାଶ କିନ୍ତୁ ଗୋଦାମଟି ତାଙ୍କ ସ୍ତ୍ରୀ ମଞ୍ଜୁ ଶ୍ରୀ ଦାଶ ଙ୍କ ନାମରେ ଅଛି। ତଦନ୍ତ ବେଳେ ମାଲିକ ରଞ୍ଜନ ତାଙ୍କର କୌଣସି ପ୍ରକାରର ସାର ବିକ୍ରୀ ପାଇଁ ଅଧିକୃତ ନୁହନ୍ତି ବୋଲି ଜଣାପଡ଼ିଥିଲା। ଏଥିସହ ଗଚ୍ଛିତ ସାରର କୌଣସି ବିଲ କିମ୍ବା କାଗଜ ପତ୍ର ଦେଖାଇ ପାରି ନ ଥିଲେ । ସମସ୍ତଙ୍କ ଉପସ୍ଥିତିରେ ସାର ଜବତ କରି ତାର ଗୁଣବତ୍ତା ପରୀକ୍ଷା ପାଇଁ ନମୁନା ପରୀକ୍ଷାଗାରକୁ ପଠା ଯାଇଥିଲା। ସେହିପରି ମାଲିକ ଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଚାଲିଛି। ଏଠାରେ ସ୍ମରଣ ଯୋଗ୍ୟ ଯେ, ଅଳ୍ପ କିଛି ଦିନ ପୂର୍ବ ରୁ ବରପାଲି ନିକଟସ୍ଥ ତୁଲଣ୍ଡି ଗ୍ରାମ ରେ ବେଆଇନ ସାର ପ୍ରସ୍ତୁତି କାରଖାନା କୁ ଜବତ କରି ତାର ସହଯୋଗୀ ତିନି ଜଣକୁ ଗିରଫ କରିଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇ ନାହିଁ ।

 

Related Articles

Back to top button
WP Twitter Auto Publish Powered By : XYZScripts.com