Breaking NewsFeaturedରାଜନୀତି

ଡିସେମ୍ବରରେ ଲୋକସଭା ନିର୍ବାଚନ!

ଚଳିତ ବର୍ଷ ଡିସେମ୍ବରରେ ହେବ ଲୋକସଭା ନିର୍ବାଚନ । କେନ୍ଦ୍ର ସରକାର ଡିସେମ୍ବରରେ ଲୋକସଭା ନିର୍ବାଚନ କରିପାରନ୍ତି । କାହିଁକିନା ନିର୍ବାଚନ ପ୍ରଚାର ପାଇଁ ବିଜେପି ସମସ୍ତ ହେଲିକପ୍ଟର ବୁକ କରିସାରିଛି । ଏକଥା ଆମେ କହୁନୁ ବଂର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି । ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନକୁ ନେଇ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତ କରୁଛନ୍ତି ରାଣନୀତି । କେବେ ହେବ ନିର୍ବାଚନ ସେନେଇ ମାସ କି ତାରିଖ ଘୋଷଣା ହୋଇନାହିଁ । ତେବେ ଆଗୁଆ ନିର୍ବାଚନ ହୋଇପାରେ ବୋଲି ଗୋଟେ ପ୍ରକାରର ଚର୍ଚ୍ଚା ହେଉଛି ।

ଏହାରି ଭିତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋକସଭା ନିର୍ବାଚନକୁ ନେଇ ଏକ ବଡ ଦାବି କରିଛନ୍ତି । ସୋମବାର ଟିଏମସି ଯୁବ ଶାଖା ରାଲିରେ ଉଦବୋଧନ ଦେଇ ମମତା କହିଛନ୍ତି, ଯଦି ଲଗାତାର ତୃତୀୟ ଥର ପାଇଁ ବିଜେପି କ୍ଷମତାକୁ ଆସେ ତେବେ ଦେଶରେ ଏକଛତ୍ରବାଦୀ ଶାସନ ଚାଲିବ । ବିଜେପି ଆମ ରାଷ୍ଟ୍ରକୁ ଏକ ଘୃଣାର ରାଷ୍ଟ୍ରରେ ପରିଣତ କରିଦେବ । ଲୋକସଭା ନିର୍ବାଚନ ପାଇଁ ବିଜେପି ସବୁ ହେଲିକପ୍ଟର ବୁକ କରିଦେଇଛି । ଫଳରେ ଅନ୍ୟ କୌଣସି ରାଜନୈତିକ ଦଳ ଯେମିତି ହେଲିକପ୍ଟର ବ୍ୟବହାର କରିପାରିବେ ନାହିଁ ।
ଶୁଣନ୍ତୁ କଣ କହୁଛନ୍ତି ମମତା
ବାଇଟ-ମମତା ବାନାର୍ଜୀ

ସେହିପରି ମମତା କହିଛନ୍ତି ଯଦି ବିଜେପି ଏପରି କରେ ତେବେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ଆମେ ପଶ୍ଚିମବଙ୍ଗରେ ସିପିଆଇଏମ ଆସନର ଅନ୍ତ ଘଟାଇଛୁ । ଆଉ ଏବେ ଲୋକସଭା ନିର୍ବାଚନରେ ବିଜେପିକୁ ପରାସ୍ତ କରିବୁ ବୋଲି ମମତା କହିଛନ୍ତି । ଅନ୍ୟପଟେ ସେ ଆଉ ଏକ ଦାବି କରିଛନ୍ତି ଯେ ତାଙ୍କ ଦଳର ସାଧାରଣ ସଚିବ ଏବଂ ତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ଗିରଫ କରାଯିବ । ପୁତୁରାଙ୍କୁ ଗିରଫ କରାଯିବ ବୋଲି ତାଙ୍କ ନିକଟରେ ଖବର ପହଞ୍ଚିଥିବା ସେ କହିଛନ୍ତି ।
ବାଇଟ-

ତେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହୁଛନ୍ତି ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ଚଳିତ ବର୍ଷ ଡିସେମ୍ବରରେ ହେବ । ହେଲେ କେବେ ହେବ ନିର୍ବାଚନ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ଆଗୁଆ ନିର୍ବାଚନ ହେବ ବୋଲି ଏବେ ଚର୍ଚ୍ଚା ହେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com