ଓଡ଼ିଶା

ଶୂନ୍ୟକାଳରେ ଉଠିଲା ଖଣି ଦୁର୍ନୀତି ପ୍ରସଙ୍ଗ: ଗ୍ରହଣ ହେଲାନି ମୁଲତବୀ ପ୍ରସ୍ତାଵ, ସରକାରଙ୍କୁ ଭର୍ସନା କଲେ ବିରୋଧୀ

ଭୁବନେଶ୍ୱର() ବିଧାନସଭାର ଶୁନ୍ୟକାଳରେ ଉଠିଲା ରାଜ୍ୟର ଖଣି ଦୁର୍ନୀତି ପ୍ରସଙ୍ଗ । କଂଗ୍ରେସ ଦେଇଥିବା ଖଣି ଦୁର୍ନୀତି ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାଵ ଗ୍ରହଣ କରାଯାଇ ନଥିବାରୁ ସରକାରଙ୍କୁ ଭତ୍ସନା କଲେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ । ବର୍ତ୍ତମାନର ଏହି ଘଟଣା ନୁହେଁ ବୋଲି କହି ବାଚସ୍ପତି ମୁଲତବୀ ପ୍ରସ୍ତାଵ କୁ ଆଗ୍ରହ୍ୟ କରି ଦେଉଥିବାରୁ ଆପତ୍ତି ଉଠାଇଲେ ମୋହନ ।

ଖଣି ମାଲିକଙ୍କ ଚାପରେ ବାଚସ୍ପତି ଖଣି ଦୁର୍ନୀତି ଆଲୋଚନା କରିବାକୁ ଅନୁମତି ଦେଉ ନଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ । ହାଇ ଗ୍ରେଡ ଆଇରନଓର କୁ ଲୋ ଗ୍ରେଡ ଆଇରନ କରି ନେଇ ଯାଉଥିବା କହିଲେ ମୋହନ ମାଝୀ । ରାଜ୍ୟରେ ପ୍ରତିଦିନ ଖଣି ଦୁର୍ନୀତି ଚାଲିଥିବା କହିଲେ ମୋହନ ମାଝୀ ।

ସେପଟେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଖଣି ମାଲିକଙ୍କ ଚାପରେ ବିଧାନସଭାରେ ଖଣି ଦୁର୍ନୀତି ପ୍ରସଙ୍ଗ ଆଲୋଚନା କରିବାକୁ ଦିଆ ଯାଉନି । ୫୦ ହଜାର କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଥିବା ଅଭିଯୋଗ କଲେ ସାଲୁଜା । ଖଣି ମାଲିକଙ୍କ ଚାପରେ ୩ବର୍ଷ ହେବ ବିଧାନସଭାରେ ଖଣି ଦୁର୍ନୀତି ଆଲୋଚନା ହେଉ ନାହିଁ ।

ରାଜ୍ୟ ସରକାରଙ୍କୁ ଖଣି ମାଲିକ ପ୍ରଭାକରନ ଚଳାଉଥିବା ଅଭିଯୋଗ କଲେ ସାଲୁଜା । ଅନ୍ୟପଟେ ଖଣି ମାଲିକଙ୍କ ଚାପରେ ବାଚସ୍ପତି ଓ ବିଧାନସଭା ରହିଛନ୍ତି ଏବଂ ରାଜ୍ୟ ସରକାରଙ୍କୁ ଖଣି ମାଲିକ ପ୍ରଭାକରନ ଚଳାଉଥିବା ଏହି ମନ୍ତବ୍ୟକୁ ବିଧାନସଭା ବିବରଣୀରୁ ବାଦ ଦେବାକୁ କହିଲେ ବାଚସ୍ପତି ।

Related Articles

Back to top button
WP Twitter Auto Publish Powered By : XYZScripts.com