ଓଡ଼ିଶା

ତୈଳ ଓ ରନ୍ଧନଗ୍ୟାସ ଦର ବୃଦ୍ଧି ବିରୁଦ୍ଧରେ CPM ର ବିକ୍ଷୋଭ

ପୁରୀ()  ଦେଶରେ କ୍ରମାଗତ ଭାବେ ତେଲ ଓ ରନ୍ଧନ ଗ୍ୟାସ ଦର ବଢୁଛି । ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଦର ବଢିବା ଯୋଗୁଁ ଖାଉଟିଙ୍କ ଅଣ୍ଟା ଭାଙ୍ଗିଦେଲେଣି ସରକାର। ପୁଞ୍ଜିପତିଙ୍କୁ ଟିକସ ଛାଡି ଆମ ଜନତାଙ୍କ ଉପରେ ଟିକସ ଲଦିଲେ ସରକାର। ଆଜିଠୁ 800 ଔଷଧ ଉପରେ 10% ଟିକସ ବଢିଲା. ବସ ଭଡା ଓ ଟୋଲ ଟିକସ ବଢିଲା. ଏଇ କଣ ମୋଦୀ ଙ୍କ ଆଛେଦିନ. ଗୋଟେ ଲିଟର ପେଟ୍ରୋଲ ରେ କେନ୍ଦ୍ର ଓ ରାଜ୍ୟ ସରକାର 60ଟଙ୍କା ଟିକସ ମିଳିମିଶି ନେଉଛନ୍ତି.

ରନ୍ଧନ ଗ୍ୟାସ 1000ପାର, ଆଉ ସବସିଡି ନାହିଁ ।  ଖାଉଟି ସାମଗ୍ରୀ ଉପରେ ଆଜିଠୁ 25%ଟିକସ ବଢିଲା.ରୋଷେଇ ଘର ଠୁ ସଡ଼କ ପର୍ଯ୍ୟନ୍ତ ଲୋକେ ଶୋଷଣ ର ଶିକାର. ଏହା ବିରୁଦ୍ଧରେ ଆଜି ପୁରୀ ବଡଦାଣ୍ଡ ସ୍ଥିତ ଖୁଣ୍ଟିଆ ପେଟ୍ରୋଲ ଟାଙ୍କି ସାମନାରେ CPM ତରଫରୁ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ କରାଯାଇଛି. ଗୋଟେ ପଟେ ରୋଜଗାର କମିଲା ବେଳେ ତୈଳ ଔଷଧ, ଖାଉଟି ସାମଗ୍ରୀ ଦର ବଢିବା ଫଳରେ ଲୋକ ଙ୍କ ଅବସ୍ଥା ଆହୁରି ଦୁର୍ବିସହ ହେଉଛି ।

ଏଥି ପାଇଁ ପ୍ରତିବାଦ ର ସ୍ୱର ବ୍ୟାପକ କରିବା ସହ ସରକାର ଦର ନିୟନ୍ତ୍ରଣ କରିବା କୁ ଦାବୀ କରିଛି CPM. ଏଥିରେ ଶରତ କୁମାର ରାୟଗୁରୁ, ଜଗନ୍ନାଥ ଦେଓ, ମନୋରଞ୍ଜନ ମହାରଣା, ସୁଶାନ୍ତ ମହାପାତ୍ର, ବିଭୁତି ରାଉତରାୟ, ରବି ପ୍ରଧାନ, ପୂର୍ଣ୍ଣ ବିଶ୍ୱାଳ, ମନୋଜ ବାରିକ, ବାହାନ ପରିଡା,ଵାପିନା ଭୋଳ, ସୁଦର୍ଶନ ମହାରଣା, ପବିତ୍ର ଓଝା,ଦେବ ସାହୁ, ପ୍ରମୁଖ ଯୋଗ ଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com