ଓଡ଼ିଶା

ଅଭିନେତ୍ରୀ ରଶ୍ମିରେଖା ଆତ୍ମହତ୍ୟା ମାମଲା, ନୟାପଲ୍ଲୀ ଥାନାରେ ହାଜର ହେଲେ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ର

ଭୁବନେଶ୍ୱର: ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ଆତ୍ମହତ୍ୟା ମାମଲା । ନୟାପଲ୍ଲୀ ଥାନାରେ ହାଜର ହେଲେ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ର । ସନ୍ତୋଷକୁ ରଶ୍ମିରେଖା ମୃତ୍ୟୁ ବାବଦରେ ପୋଲିସ ପଚାରଉଚରା କରୁଛି । ୨୫ ତାରିଖ ଭିତରେ ଥାନାରେ ହଜାର ହେବାକୁ ନୋଟିସ କରିଥିଲା ପୋଲିସ । ସନ୍ତୋଷ ରଶ୍ମିରେଖାଙ୍କ ସହ ଦେଢ଼ ମାସ ହେବ ଲିଭ-ଇନରେ ରହୁଥିଲେ । ରଶ୍ମିରେଖା ଆତ୍ମହତ୍ୟା କରିବାର ୪ ଦିନ ପୂର୍ବରୁ ସନ୍ତୋଷ ଭୁବନେଶ୍ୱର ବାହାରେ ଥିଲେ । ଏକ୍ସ ବୟଫ୍ରେଣ୍ଡ ରାଜାକୁ ନେଇ ରଶ୍ମିରେଖା ଓ ସନ୍ତୋଷ ମଧ୍ୟରେ ଝଗଡ଼ା ହୋଇଥିଲା କି? ରାଜାକୁ ନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ଥିଲା କି? ସେଥିପାଇଁ ମାନସିକ ଚାପରେ ଥିଲେ କି ରଶ୍ମିରେଖା? ଏସବୁ ପ୍ରଶ୍ନ ସନ୍ତୋଷଙ୍କୁ ପଚାରୁଛି ପୋଲିସ । ତେବେ ଏହି ମାମଲାରେ ଗତକାଲି ଏକ୍ସ ବୟଫ୍ରେଣ୍ଡ ରାଜାକୁ ଜେରା କରିଥିଲା ନୟାପଲ୍ଲୀ ପୋଲିସ ।

Related Articles

Back to top button
WP Twitter Auto Publish Powered By : XYZScripts.com