Breaking NewsFeaturedଜାତୀୟବାଣିଜ୍ୟବିଜ୍ଞାନ ଓ ପ୍ରଯୁକ୍ତି

ଦେଶର ସର୍ବ ବୃହତ ଆଇଟି କମ୍ପାନୀ TCS ଦେଉଛି ୩୦ କୋଟି ସାଲାରି

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଜଣେ କର୍ମଚାରୀଙ୍କ ଦରମା ଅତିବେଶୀରେ କେତେ ହୋଇପାରେ… ବର୍ଷକୁ ଆପଣ କୋଟିଏ କି ୨ କୋଟି ବୋଲି ଚିନ୍ତା କରୁଥାଇ ପାରନ୍ତି । ତେବେ ଆପଣ ଯେତେ ଚିନ୍ତାକଲେ ମଧ୍ୟ ସବୁ ଆକଳନ ଫେଲ୍ ହୋଇପାରେ । କାରଣ ଜଣଙ୍କ ସାଲାରି ୩୦ କୋଟି ବୋଲି ଯଦି କୁହାଯାଏ, ତେବେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ! ଏପରିକି ଏହା ମିଛ ବୋଲି ବି କହିପାରନ୍ତି । କିନ୍ତୁ ଏହାକୁ ସତ କରି ଦେଖାଇଛି ଦେଶର ସବୁଠୁ ବଡ଼ ସଫ୍ଟୱେର କମ୍ପାନୀ ଟାଟା କନ୍ସଲଟାନ୍ସି ସର୍ଭିସେସ୍ ବା ଟିସିଏସ୍ । ଦୀର୍ଘ ବର୍ଷ ଧରି କମ୍ପାନୀ ସହ ଜଡ଼ିତ ରହିଥିବା ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ସାଲାରି ମିଳୁଛି ପ୍ରାୟ ୩୦ କୋଟି ଟଙ୍କା ।

ଦେଶର ସର୍ବ ବୃହତ ଆଇଟି କମ୍ପାନୀ ଟିସିଏସ୍ ଏହାର ପୂର୍ବତନ ସିଇଓ ରାଜେଶ ଗୋପୀନାଥନଙ୍କୁ ପାଖାପାଖି ୩୦ କୋଟି ଟଙ୍କା ସାଲାରି ଦେଉଛି । କମ୍ପାନୀର ବାର୍ଷିକ ରିପୋର୍ଟରୁ ଏହି ତଥ୍ୟ ସାର୍ବଜନୀନ ହୋଇଛି । ଯାହାକି କ୍ରମାଗତ ୩ ଟି ଆର୍ôଥକ ବର୍ଷରେ ରାଜେଶଙ୍କ ସାଲାରି ପ୍ରାୟ ୧୧୮ ପ୍ରତିଶତ ବୃଦ୍ଧି ପାଇଛି । ରାଜେଶଙ୍କ ସାଲାରି ୧.୭୩ କୋଟି ହୋଇଥିବାବେଳେ ଭତ୍ତା ଓ ଅନ୍ୟାନ୍ୟ ବାବଦକୁ ୨.୪୩ କୋଟି ଦିଆଯାଉଛି । ସେହିପରି କମିସନ ହିସାବରେ ୨୫ କୋଟି ରୋଜଗାର କରୁଛନ୍ତି ରାଜେଶ । ମୋଟାମୋଟି ଭାବେ ୨୯.୧୬ କୋଟି ଟଙ୍କା ସେ ଇନକମ୍ କରୁଛନ୍ତି ।

୨୦୨୨ ଆର୍ଥିକ ବର୍ଷରେ ଗୋପିନାଥନଙ୍କ ସାଲାରି ୨୫.୭୭ କୋଟି ଥିବାବେଳେ ୨୦୨୧ରେ ୨୦. ୩୭ କୋଟି ଏବଂ ୨୦୨୦ରେ ୧୩.୩୮ କୋଟି ଟଙ୍କା ସାଲାରି ରହିଥିଲା । ତେବେ ୨୦୧୯-୨୦ ତୁଳନାରେ ୨୦୨୨-୨୩ ଆର୍ଥିକ ବର୍ଷରେ ଗୋପିନାଥଙ୍କ ସାଲାରି ଆକାଶଛୁଆଁ ହୋଇଛି । ଅର୍ଥାତ୍ ମାତ୍ର ୩ ବର୍ଷ ଭିତରେ ୧୧୭.୯୪ ପ୍ରତିଶତ ବୃଦ୍ଧି ଘଟିଛି । ଯାହା ଏକ ରେକର୍ଡ କହିଲେ ଠିକ୍ ହେବ । ଏଠାରେ ସ୍ମରଣଯୋଗ୍ୟ ଯେ ଦୀର୍ଘ ୨୨ବର୍ଷ ଧରି ଟିସିଏସ୍ ସହ ଜଡ଼ିତ ରହିଥିବା ଗୋପିନାଥନ ଗତ ମାର୍ଚ୍ଚ ମାସରେ ସିଇଓ ଏବଂ ଏମଡି ପଦ ଛାଡ଼ିଥିଲେ । ତାଙ୍କ ସ୍ଥାନରେ କେ. କ୍ରୀତିଭାସନ୍ ପଦାସୀନ ହୋଇଥିଲେ ।

ଅନ୍ୟପକ୍ଷରେ ଟିସିଏସ୍ ବୋର୍ଡ ଅଫ୍ ଡିରେକ୍ଟର୍‌ରେ କେବଳ ଗୋପିନାଥନ ନୁହନ୍ତି ଚିଫ୍ ଅପରେଟିଂ ଅଫିସର୍ ଏନଜି ସୁବ୍ରମଣ୍ୟମ ମଧ୍ୟ ଅଧିକ ସାଲାରି ପାଉଛନ୍ତି । ୧୪.୦୮ ପ୍ରତିଶତ ବୃଦ୍ଧି ସହିତ ସେ ୨୦୨୨-୨୩ରେ ୨୩.୬୦ କୋଟି ଟଙ୍କା ସାଲାରି ପାଉଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com