Featuredଓଡ଼ିଶାଜାତୀୟରାଜନୀତି

ଓଡିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ

ଆଗକୁ ୨୦୨୪ ଲୋକସଭା ନିର୍ବାଚନ ସହିତ ଚଳିତ ବର୍ଷ ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାର ଅଛି । କ୍ଷମତା ହାତେଇବା ପାଇଁ ଏବେଠାରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ଆରମ୍ଭ କରିଦେଲେଣି ସମସ୍ତ ରାଜନୈତିକ ଦଳ । ତେବେ ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ ନେଇ କିଛିଟା ଆଭାସ ମିଳିଛି । ଏହାକୁ ନେଇ ପୁଣି ଥରେ ରାଜ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ଆସନ୍ତା ମାର୍ଚ୍ଚ ମାସରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିବାର ସମ୍ଭାବନା ରହିଛି । କଟକ ଜିଲ୍ଲାରେ ଏକ ସରକାରୀ କାର୍ଯ୍ୟକ୍ରମର ଶୁଭାରମ୍ଭ ନେଇ ମୋଦୀ ଆସିପାରନ୍ତି । ଏନେଇ ସରକାରୀ ଭାବେ କିମ୍ବା ଦଳୀୟ ସୂତ୍ରରୁ କିଛି ସୂଚନା ଦିଆଯାଇନାହିଁ । ଏକ ବିଶ୍ୱସ୍ତ୍ର ସୂତ୍ରରୁ ଏ ବାବଦରେ ଖବର ମିଳିଛି । ପୂର୍ବରୁ ଏକାଧିକ ରାଷ୍ଟ୍ରୀୟ ନେତା ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଏଥର ମୋଦୀଙ୍କ ଗସ୍ତ ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବାର ସମ୍ଭାବନା ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com