Featuredଐତିହ୍ୟ ଓ ସଂସ୍କୃତିଜାତୀୟଜୀବନଶୈଳୀ

ବାଗେଶ୍ୱର ବାବା ଦିନକୁ ପିଅନ୍ତି ୩୦-୪୦ କପ ଚା’

ଏବେ ବଦଳାଇଲେଣି ଅଭ୍ୟାସ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ବାଗେଶ୍ୱର ଧାମର ପୀଠାଧୀଶ ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା ହୋଇ ଆସୁଛି । କିଛି ନା କିଛି କାରଣକୁ ନେଇ ସେ ବବୁବେଳେ ହେଡଲାଇନ୍ସରେ ରହିଆସୁଛନ୍ତି । କିଛି ଦିନ ତଳେ ତାଙ୍କର ବିବାହକୁ ନେଇ ସେ ଲାଇମଲାଇଟକୁ ଆସିଥିଲେ । ଆଉ ତାଙ୍କର ନାମ କଥାକାର ଜୟା କିଶୋରୀଙ୍କ ସହ ଯୋଡା ଯାଇଥିଲା । ଯାହାକୁ ନେଇ ସାମାଜିକ ଗଣମାଧ୍ୟମରେ ବେସ ଚର୍ଚ୍ଚା ଜୋର ଧରିଥିଲା । ହେଲେ ଆଜି ଆମେ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଉପରେ ଯେଉଁ ଚର୍ଚ୍ଚା କରିବାକୁ ଯାଉଛୁ ତାହା ହୁଏତ ଖୁବ କମ ଲୋକ ଜାଣଇଥିବେ ।

ଆପଣମାନେ ସମସ୍ତେ ଜାଣିଥିବେ ବାବା ଧିରେନ୍ଦ୍ର ଶାସ୍ତ୍ରୀ ଗୋଟିଏ ଦିନରେ ଅନେକ ଭକ୍ତଙ୍କୁ ଭେଟିଥାନ୍ତି । ଆଉ ନିଜ ପାଇଁ ଖୁବ କମ ସମୟ କାଢିପାରନ୍ତି ବାବା ବାଗେଶ୍ୱର । ହେଲେ ଏଭଳି ସ୍ଥିତିରେ ସେ ଗୋଟିଏ ଦିନରେ କଣ ସବୁ ଖାଦ୍ୟ ଖାଆନ୍ତି ତାହା ଆପଣ ଜାଣିଛନ୍ତି କି । ବାବା ବାଗେଶ୍ୱର ଦିନକୁ ୩୦ରୁ ୪୦ କପ ଚା ପିଅନ୍ତି । ଆଉ ଦିନ ବେଳେ କାବଳ ରୁଟି ଖାଆନ୍ତି । ଏକଥା ଆମେ କହୁନୁ ବରଂ ନିଜେ ବାବା ବାଗେଶ୍ୱର କିଛି ଦିନ ତଳେ ଏହା କହିଥିଲେ । ସେ କହିଥିଲେ ଯେ ପ୍ରଥମେ ମୁଁ ଦିନରେ ରୁଟି ଖାଉଥିଲି । ହେଲେ ଏବେ ଅଭ୍ୟାସ ବଦଳିଛି । ଦିନରେ ଫଳ ଖାଇବା ସହ ରାତିରେ ରୁଟି ନହେଲେ ଭାତ ଖାଉଛି । ମୋତେ ଚା’ ପିିଇବା ବହୁତ ପସନ୍ଦ । ଆଗରୁ ଦିନକୁ ୩୦ରୁ ୪୦ କପ ଚା’ ପିଉଥିଲି । ହେଲେ ଏବେ ଚା’ ପିଇବା କମ କରିଦେଇଛି ବୋଲି କହିଛନ୍ତି ବାବା।

ତେବେ କିଛି ଦିନ ତଳେ ବାବାଙ୍କର ଜନ୍ମଦିନ ଅବସରରେ ଏକ ଭିଡିଓ ଭାଇରାଲ ହେଇଥିଲା । ଏହି ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଥିଲା ଯେ ହଜାର ହଜାର ଭକ୍ତ ବାଗେଶ୍ୱର ବାବାଙ୍କ ଉପରେ ଟଙ୍କା ବର୍ଷା କରୁଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com