Breaking NewsFeaturedରାଜନୀତି

କାହିଁକି ହଠାତ୍ ଡିଭୋର୍ସ ଦେଇଦେଲେ ସଚିନ୍‌? ଦେଖନ୍ତୁ…

ସବୁ ତ ଠିକଠାକ୍ ଥିଲା । ହଠାତ୍ କଣ ହେଲା ଯେ ସର୍ବଦା ଚର୍ଚ୍ଚିତ ରହିଆସୁଥିବା ସଚିନଙ୍କ ପାରିବାରିକ ଜୀବନରେ ଜୁଆର ମାଡ଼ି ଆସିଲା? କାହିଁକି ସଚିନ୍ ଛାଡ଼ିଦେଲେ ନିଜ ସ୍ତ୍ରୀଙ୍କ ହାତ? କଣ ରହିଛି ସଚିନଙ୍କ ଡିଭୋର୍ସ ପଛର ରହସ୍ୟ? ଆଉ କେମିତି ଧରାପଡ଼ିଲା ସଚିନଙ୍କ ଏହି ଭିତିରି କଥା? ଆସନ୍ତୁ ସବୁକିଛି ଉପରେ ପକାଇବା ନଜର…

ଆଗକୁ ଆସୁଛି ବଡ଼ ଲଢ଼େଇ, ଆଉ ଏଇଥିପାଇଁ ସଜବାଜ ହୋଇସାରିଲେଣି ସଚିନ୍ । ଏହାକୁ ନେଇ ସତ୍ୟପାଠ ମଧ୍ୟ ଦାଖଲ କରିସାରିଲେଣି । ତେବେ ସେହି ସତ୍ୟପାଠ ହିଁ ଖୋଲିଦେଲା ସଚିନଙ୍କ ଗୁମର । ନିଜ ବ୍ୟକ୍ତିଗତ କଥା । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି । କଥାହେଲା ସତ୍ୟପାଠରେ ସଚିନ ନିଜକୁ ଛାଡ଼ପତ୍ରଧାରୀ ବା ଡିଭୋର୍ସ ମ୍ୟାନ୍ ଭାବେ ଦର୍ଶାଇଛନ୍ତି । କଣ ବିଶ୍ୱାସ କରିପାରୁନାହାନ୍ତି କି? କଥାଟି କିନ୍ତୁ ସତ ଆଜ୍ଞା…

ଆମେ କହୁଛୁ ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ଜଣେ ଚର୍ଚ୍ଚିତ ହ୍ୟାଣ୍ଡସମ୍ ନେତା ସଚିନ ପାଇଲଟଙ୍କ କଥା । ସେ ତାଙ୍କର ନିଜଗଡ଼ ଟୋଙ୍କ ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ମଙ୍ଗଳବାର ନାମାଙ୍କନପତ୍ର ଦାଖଲ କରିଛନ୍ତି । ଏତିକିବେଳେ ଆବଶ୍ୟକ ସତ୍ୟପାଠ ମଧ୍ୟ ଦେଇଛନ୍ତି, ଯେଉଁଥିରେ ସେ ନିଜକୁ ଡିଭୋର୍ସ ମ୍ୟାନ୍ ଭାବେ ଦର୍ଶାଇଚନ୍ତି । ଅର୍ଥାତ୍ ସଚିନଙ୍କ ଛାଡ଼ପତ୍ର ହୋଇସାରିଛି । ତେବେ ଆସନ୍ତୁ ଜାଣିବା କିଏ ଥିଲେ ସଚିନଙ୍କ ପତ୍ନୀ?

ସାରା ଅବଦୁଲା । ବିବାହ ପୂର୍ବରୁ ପୈତୃକ ପ୍ରତିପତ୍ତିକୁ ନେଇ ବେଶ୍ ପରିଚିତ ସାରା । କାରଣ ସାରା ହେଉଛନ୍ତି ଜମ୍ମୁ-କଶ୍ମୀର ବରିଷ୍ଠ ନେତା ତଥା ପୂର୍ବ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲାଙ୍କ ଝିଅ । ସେହିପରି ୨୦୦୪ରେ ସଚିନଙ୍କୁ ବିବାହ କରିବା ପରେ ସାରାଙ୍କୁ ମିଳିଥିଲା ଆଉ ଏକ ପରିଚୟ । ସଚିନ-ସାରାଙ୍କ ୨ ପୁଅ ହେଉଛନ୍ତି ଆରନ ଓ ବିହାନ । ଆଉ ସଚିନ ନିଜ ନାମାଙ୍କନପତ୍ରରେ ଦୁଇ ପୁଅ ତାଙ୍କ ଉପରେ ନିର୍ଭରଶୀଳ ବୋଲି ଦର୍ଶାଇଛନ୍ତି ।

ଏଠାରେ କହିରଖୁଛୁ ଯେ ପୂର୍ବରୁ ମଧ୍ୟ ସଚିନ-ସାରା ଅଲଗା ହେବା ଖବର ପ୍ରକାଶ ପାଇଥିଲା । ୨୦୧୪ ଲୋକସଭା ନିର୍ବାଚନ କାଳରେ ଦୁହେଁ ଅଲଗା ହେବା ଚର୍ଚ୍ଚା ଜୋର୍ ଧରିଥିଲା । କିନ୍ତୁ ଉଭୟେ ଏହାକୁ ଅପପ୍ରଚାର କହି ଏଡ଼ାଇ ଯାଇଥିଲେ । ସେ ଯାହାହେଉ ସଚିନଙ୍କ ସତ୍ୟପାଠ ଅନୁସାରେ ତାଙ୍କର ୫ବର୍ଷରେ ପାଖାପାଖି ଦୁଇଗୁଣା ସମ୍ପତ୍ତି ବଢ଼ିଛି । ୨୦୧୮ରେ ତାଙ୍କର ୩ ଦଶମିକ ୮ କୋଟି ଥିବାବେଳେ ଏବେ ୭ ଦଶମିକ ୫ କୋଟି ଟଙ୍କାର ମାଲିକ ହେଉଛନ୍ତି ସଚିନ । କିନ୍ତୁ କେବେ ଓ କାହିଁକି ସାରାଙ୍କ ସହ ସଚିନଙ୍କ ବିବାହ ବିଚ୍ଛେଦ ଘଟିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନି । କିନ୍ତୁ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ଯାଉଥିବା ସଚିନଙ୍କ ପାରିବାରିକ ଜୀବନକୁ ନେଇ ଏବେ ଚାରିଆଡ଼େ ଖୁବ୍ ଚର୍ଚ୍ଚା ।

Related Articles

Back to top button
WP Twitter Auto Publish Powered By : XYZScripts.com