Featuredଅନ୍ତର୍ଜାତୀୟଜାତୀୟସ୍ୱାସ୍ଥ୍ୟ

ମିଳିମିଳା କବଳରେ ବିଶ୍ୱର ୪ କୋଟି ଶିଶୁ

କରୋନା ପରେ ଏବେ ଶିଶୁଙ୍କ ଉପରକୁ ଘନେଇଛି ମିଳିମିଳା ବିପଦ। ସାରା ବିଶ୍ୱରେ ଅନୁନ୍ୟ ୪ କୋଟି ଶିଶୁ ମିଳିମିଳାରେ ଆକ୍ରାନ୍ତ ହୋଇପାରନ୍ତି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଆକଳନ କରିଛନ୍ତି। ଡବ୍ଲୁଏଚଓ ଏବଂ ୟୁଏସ୍ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଏକ ମିଳିତ ବୟାନରେ କରୋନା ଯୋଗୁ ମିଳମିଳା ଟିକାକରଣରେ ବ୍ୟବଧାନ ଆସିଥିଲା ବୋଲି କହିଛନ୍ତି। ଫଳରେ ଗତବର୍ଷ ବିଶ୍ୱରେ ପ୍ରାୟ ୪୦ ମିଲିୟନ ଅର୍ଥାତ ୪ କୋଟି ଶିଶୁଙ୍କୁ ମିଳମିଳା ଟିକା ଦିଆଯାଇପାରି ନାହିଁ। ତେବେ ସାମୂଦାୟିକ ପ୍ରକୋପ ରୋକିବା ଲାଗି ଅନୁନ୍ୟ ୯୫ ପ୍ରତିଶତ ଟିକାକରଣର ଆବଶ୍ୟକତା ରହିଛି।  ଅଧିକାରୀଙ୍କ  ସୂଚନା ଅନୁସାରେ ୨୦୨୧ରେ ସାରା ବିଶ୍ୱରେ ୯ ନିୟୁତ ଶିଶୁ ମିଳମିଳାରେ ସଂକ୍ରମିତ ହୋଇଥିଲେ। ଯେଉଁମାନଙ୍କ ମଧ୍ୟରୁ ୧.୨୮ ଲକ୍ଷଙ୍କ ମୃତ୍ୟୁ ହୋଇଛି।

ଡବ୍ଲୁଏଚଓ ଏବଂ ସିଡିସି କହିଛନ୍ତି ଯେ ନିରନ୍ତର ଟିକାକରଣ ହ୍ରାସ, ରୋଗର ଦୁର୍ବଳ ନିରୀକ୍ଷଣ ଓ କୋଭିଡ-୧୯ ଯୋଗୁ ପ୍ରତିକ୍ରିୟା ଯୋଜନାରେ ବିଳମ୍ବ ଯୋଗୁ ଏବେ ବିଶ୍ୱର ୨୦ରୁ ଅଧିକ ଦେଶରେ ମିଳମିଳାର ପ୍ରକୋପ ଦେଖା ଦେଇଛି। ଏଥିରୁ ବିଶ୍ୱର ଏକ ବୃହତ୍ତ ଅଞ୍ଚଳରେ ମିଳମିଳା ଏବେ ବଡ ବିପଦର କାରଣ ହୋଇପାରେ ବୋଲି ଆକଳନ କରାଯାଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com