Featuredଅନ୍ତର୍ଜାତୀୟଜାତୀୟ

୫ ହଜାର ଲୋକଙ୍କୁ ନିଯୁକ୍ତି ଦେବ ଏହି କମ୍ପାନୀ, କମ୍ପାନୀର ନିର୍ଦ୍ଦେଶକ କହିଲେ ଏମିତି

ଭୁବନେଶ୍ୱର: ଦେଶ ବିଦେଶର କମ୍ପାନୀଗୁଡିକ କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରୁଛନ୍ତି। ଏହି ସମୟରେ, ଫାଷ୍ଟଫୁଡ୍ ରେଷ୍ଟୁରାଣ୍ଟ ଚେନ୍ ମ୍ୟାକଡୋନାଲ୍ଡସ୍ ଇଣ୍ଡିଆ (ଉତ୍ତର ଏବଂ ପୂର୍ବ) ଆସନ୍ତା ତିନି ବର୍ଷ ମଧ୍ୟରେ ଆଉଟଲେଟ୍ ସଂଖ୍ୟାକୁ ଦ୍ୱିଗୁଣିତ କରିବା ଏବଂ ପ୍ରାୟ ୫୦୦୦ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ଘୋଷଣା କରିଛି।

କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆସନ୍ତା ୩ ବର୍ଷ ମଧ୍ୟରେ ଉତ୍ତର ଏବଂ ପୂର୍ବ ଅଞ୍ଚଳରେ ରେଷ୍ଟୁରାଣ୍ଟ ସଂଖ୍ୟାକୁ ଦ୍ୱିଗୁଣିତ କରିବାକୁ ମ୍ୟାକଡୋନାଲ୍ଡ ଯୋଜନା କରିଛନ୍ତି। ଏହି ସମୟ ମଧ୍ୟରେ ପ୍ରାୟ ୫,୦୦୦ ହଜାର ଲୋକଙ୍କୁ ନିଯୁକ୍ତି ଦିଆଯିବ।

ଏହାର ସମ୍ପ୍ରସାରଣ ପର୍ଯ୍ୟାୟର ଏକ ଅଂଶ ଭାବରେ ସୋମବାର ମ୍ୟାକଡୋନାଲ୍ଡ ଗୁଆହାଟୀରେ ଭାରତର ସର୍ବବୃହତ ରେଷ୍ଟୁରାଣ୍ଟ ଖୋଲିଛନ୍ତି। ଏହି ରେଷ୍ଟୁରାଣ୍ଟ ୬,୭୦୦ ବର୍ଗଫୁଟ ଉପରେ ବିସ୍ତାର ହୋଇଛି ଏବଂ ୨୨୦ ଲୋକ ଏଠାରେ ଏକାଠି ବସିପାରିବେ ।

ମ୍ୟାକଡୋନାଲ୍ଡ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ରାଜୀବ ରଂଜନ କହିଛନ୍ତି ଯେ କମ୍ପାନୀ ଦ୍ରୁତ ଗତିରେ ବଢୁଛି ଏବଂ ଏହି କ୍ରମରେ ଏହା ରାଜ୍ୟରେ ଏହାର ନେଟୱାର୍କ ବିସ୍ତାର କରିବାକୁ ଚାହୁଁଛି।

 

 

Related Articles

Back to top button
WP Twitter Auto Publish Powered By : XYZScripts.com