ଜାତୀୟରାଜନୀତି

ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତାଙ୍କୁ ସମନ, ଦୁଇ ଘଣ୍ଟା ଇଡି ଅଫିସରେ ଜେରା

ନୂଆଦିଲ୍ଲୀ() ନ୍ୟାସନାଲ ହେରାଲ୍ଡ ମାମଲାରେ ଆକ୍ସନ ମୁଡରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏବେ ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେଙ୍କୁ ପଚରାଉଚରା କରୁଛି। କୁହାଯାଉଛି, ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଖଡଗେଙ୍କୁ ସମନ ଜାରି ସୋମବାର ହାଜର ହେବାକୁ କହିଥିଲା। ସୋମବାର ପ୍ରାୟ ଦିନ ୧୧ ବେଳେ ପ୍ରବର୍ତ୍ତ ନିର୍ଦ୍ଦେଶାଳୟ ଅଫିସରେ ପହଞ୍ଚିଥିଲେ, ଏହାପରେ ଇଡିର ଅଧିକାରୀ ତାଙ୍କୁ ଜେରା କରିଛନ୍ତି ।

ନ୍ୟାସନାଲ ହେରାଲ୍ଡ ଖବରକାଗଜର ମାଲିକାନ ଆସୋସିଏଟ୍ ଜର୍ନଲ ଲିମିଟେଡ୍ ଅର୍ଥାତ ଏଜେଏଲ ନିକଟରେ ରହିଥିଲା। ନ୍ୟାସନାଲ ହେରାଲ୍ଡ ସହ ଏଜେଏଲ ଅନ୍ୟ ଦୁଇଟି ଖବରକାଗଜ ପ୍ରକାଶ କରୁଥିଲା। ହିନ୍ଦୀରେ ନବଜୀବନ ଏବଂ ଉର୍ଦୁରେ କୋମି ଆୱାଜ। ସ୍ୱାଧୀନତା ପରେ ୧୯୫୬ରେ ଆସୋସିଏଟଡ ଜର୍ନଲକୁ ଅଣବ୍ୟବସାୟୀକ କମ୍ପାନୀ ରୂପେ ପ୍ରତିଷ୍ଠା କରାଯାଇଥିଲା ଏବଂ କମ୍ପାନୀ ଆକ୍ଟର ଧାରା ୨୫ ଅନୁସାରେ ଏହାକୁ ଟିକସ ମୁକ୍ତ କରାଯାଇଥିଲା।

୨୦୦୮ରେ ଏଜେଏଲର ସମସ୍ତ ପ୍ରକାଶନକୁ ନିଲମ୍ୱିତ କରାଯାଇଥିଲା ଏବଂ କମ୍ପାନୀ ଉପରେ ୯୦ କୋଟି ଟଙ୍କ ଋଣ ହୋଇଥିଲା। ପରେ କଂଗ୍ରେସ ନେତୃତ୍ୱରେ ୟଙ୍ଗ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ନାଁର ଏକ ଅଣବ୍ୟବସାୟୀକ କମ୍ପାନୀ ଆରମ୍ଭ କରାଯାଇଥିଲା। ଏଥିରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ସହ ମୋତିଲାଲ ବୋରା,ସୁମନ ଦୁବେ, ଅକ୍ସର ଫର୍ନାଡିସ୍ ଏବଂ ସେମ ପିତ୍ରୋଡା ନିର୍ଦ୍ଦେଶକ ହୋଇଥିଲେ। ଏହି ନୂଆ କମ୍ପାନୀରେ ୭୪ ପ୍ରତିଶତ ଅଂଶଧନ ସୋନିଆ ଏବଂ ରାହୁଲଙ୍କ ପାଖରେ ରହିଥିଲା। ବଳକା ୨୪ ପ୍ରତିଶତ ସେୟାର ଅନ୍ୟ ନିର୍ଦ୍ଦେଶକଙ୍କ ପାଖରେ ରହିଥିଲା।

କଂଗ୍ରେସ ପାର୍ଟି ଏହି କମ୍ପାନୀକୁ ୯୦ କୋଟି ଟଙ୍କା ଋଣ ଆକାରରେ ଦେଇଥିଲେ। ଏହି କମ୍ପାନୀ ଏଜେଏଲକୁ ନିଜ ଅଧିନକୁ ନେଇଥିଲା। ବିଜେପି ନେତା ସୁବ୍ରମଣିୟମ ସ୍ୱାମୀ ୨୦୧୨ ମସିହାରେ ଏକ ଯାଚିକା ଦାଖଲ କରି କଂଗ୍ରେସ ନେତାଙ୍କ ବିରୁଦ୍ଧରେ ଜାଲିଆତିର ଅଭିଯୋଗ ଆଣିଥିଲେ। ନିଜ ଯାଚିକାରେ ବିଜେପି ନେତା କହିଥିଲେ, ୟଙ୍ଗ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ କେବଳ ୫୦ ଲକ୍ଷ ଟଙ୍କାର ୯୦.୨୫ କୋଟି ହଡପ କରିବାର ଉପାୟ କରିଥିଲା ଯାହା ନିୟମର ଉଲ୍ଲଂଘନ ଅଟେ। ଅଭିଯୋଗ ଥିଲା, ୫୦ ଲକ୍ଷ ଟଙ୍କାର ନୂଆ କମ୍ପାନୀ କରି ଏଜେଏଲର ୨୦୦୦ କୋଟି ଟଙ୍କାର ସମ୍ପତ୍ତିକୁ ନିଜର କରିବାକୁ ଷଡଯନ୍ତ୍ର ରଚାଯାଇଥିଲା।

ଦିଲ୍ଲୀର କୋର୍ଟ ଏହି ମାମଲାରେ ଚାରି ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରି ୨୦୧୪ ଜୁନ ୨୬ ତାରିଖରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ସହ ନୂଆ କମ୍ପାନୀର ସମସ୍ତ ନିର୍ଦ୍ଦେଶକଙ୍କୁ ହାଜର ହେବା ପାଇଁ ସମନ ଜାରି କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com