ଜାତୀୟ

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କହିଲେ ଅସଭ୍ୟ ଭାଷା; ମହାରାଷ୍ଟ୍ର କଂଗ୍ରେସ ନେତା ହୁସେନଙ୍କ ବିରୋଧରେ ନାଗପୁରରେ ଅଭିଯୋଗ

ନାଗପୁର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧ ଅସଭ୍ୟ ଭାଷା ବ୍ୟବହାର କରିବା ପାଇଁ ମହାରାଷ୍ଟ୍ରର  କଂଗ୍ରେସ ନେତା ଶେଖ୍‌ ହୁସେନଙ୍କ ବିରୋଧରେ ଏତଲା ଦାଖଲ  କରାଯାଇଛି। ଶେଖ୍‌ ହୁସେନଙ୍କ ବିରୋଧରେ ବିଜେପି ଅଭିଯୋଗ କରିଥିଲା। ଏହାପରେ ପୋଲିସ ଏତଲା ରୁଜୁ କରିଛି।

ହୁସେନଙ୍କ ବିରୋଧରେ ଗିଟ୍ଟିଖାଦନ ଥାନାରେ ଗତ ରାତିରେ ଭାରତୀୟ ଦଣ୍ଡ ବିଧାନର ଧାରା ୨୯୪ ଓ ଆଇପିସି ଧାରା ୫୦୪ ଅଧିନରେ ଏତଲା ରୁଜୁ କରାଯାଇଛି। ବିଜେପି ନେତାମାନେ ହୁସେନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି। ଯଦି ହୁସେନଙ୍କୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରାନଗଲା ତାହେଲେ ଆନ୍ଦୋଳନ ତିବ୍ର ହେବ ବୋଲି ସେମାନେ କହିଛନ୍ତି। ଅଭିଯୋଗ ଦାଖଲ କରିଥିବା ନେତାମାନେ କହିଛନ୍ତି କଂଗ୍ରେସ୍‌ ନେତା ହୁସେନ୍‌ଙ୍କର ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କହିବାର କୌଣସି ଅଧିକାର ନାହିଁ। ପ୍ରଧାନମନ୍ତ୍ରୀଙ୍କୁ ଅପଶବ୍ଦ ପ୍ରୟୋଗ କରି ହୁସେନ୍‌ ବହୁତ ତଳକୁ ଖସିଯାଇଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ପୂର୍ବତନ ଜିଲ୍ଲା କଂଗ୍ରେସ୍‌ ଅଧ୍ୟକ୍ଷ ତଥା କଂଗ୍ରେସ୍‌ ନେତା ହୁସେନ୍‌ ଜୁନ୍‌ ୧୩ରେ ଏକ ପ୍ରଦର୍ଶନରେ ଭାଗ ନେଇଥିଲେ ଓ ପ୍ରଧାନ ମନ୍ତ୍ରୀଙ୍କ ବିରୋଧରେ ଅସଭ୍ୟ ଭାଷା କହିଥିଲେ। ରାହୁଲ ଗାନ୍ଧୀଙ୍କୁ ଇଡିର ପଚରାଉଚୁରା ବିରୋଧରେ ନାଗପୁର ଇଡି କାର୍ଯ୍ୟାଳୟ ଆଗରେ ଏହି ପ୍ରଦର୍ଶନ କରାଯାଉଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com