ଜାତୀୟ

ଫ୍ଲାଇଟ୍‌ରେ ଅଭିନେତ୍ରୀଙ୍କ ସହ ହୋଇଥିଲା ଖରାପ ବ୍ୟବହାର, କ୍ଷମା ମାଗିଲା ଗୋ ଫାଷ୍ଟ …

ନୂଆଦିଲ୍ଳୀ() ବଲିଉଡ୍‌ ଇଣ୍ଡଷ୍ଟ୍ରିର ଜଣା ଶୁଣା ଅଭିନେତ୍ରୀ ଚିତ୍ରଙ୍ଗଦା ସିଂ ଦୀର୍ଘ ଦିନ ହେବ ରୁପେଲି ପରଦାରୁ ଦୂରେଇ ଯାଇଛନ୍ତି । କିନ୍ତୁ ଗତ କିଛି ଦିନ ହେବ ସୋସିଆଲ ମିଡିଆ ପୋଷ୍ଟ ଯୋଗୁଁ ଅଭିନେତ୍ରୀ ଚର୍ଚ୍ଚାକୁ ଆସିଥିଲେ। ଗୋ ଫାଷ୍ଟ ଏୟାରଲାଇନ୍‌ ବିମାନର ଚାରୋଟି ଏୟାରହୋଷ୍ଟେସର ଖରାପ ବ୍ୟବହାର ବା ଆଚରଣ ବିଷୟରେ ଚିତ୍ରଙ୍ଗଦା ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ବର୍ତ୍ତମାନ ଏହି ପୋଷ୍ଟ ଭାଇରାଲ ହେବା ପରେ ଗୋ ଫାଷ୍ଟ ତରଫରୁ ଉତ୍ତର ଆସିଛି।

ତେବେ ମିଡିଆ ରିପୋର୍ଟ ଅନୁଯାୟୀ, ଗୋ ଫାଷ୍ଟ ଏୟାରଲାଇନ୍‌ର ମୁଖପାତ୍ର କହିଛନ୍ତି, “ ଏହି ମାମଲାର ତଦନ୍ତ ଚାଲିଛି। କୁହାଯାଇଛି କି ଘଟଣାର ଯାଞ୍ଚ ପରେ ଯାହା ବାହାରକୁ ଆସିବ, ତାହାର ନିଷ୍ପତ୍ତି ନିଆଯିବ। ଯେଉଁଥି ପାଇଁ ଆମର ଏକ ଜିରୋ ଟଲରେନ୍ସ ପଲିସି ଅଛି । ଏଥିସହିତ ଏହା ମଧ୍ୟ କୁହାଯାଇଥିଲା କି ଅଭିନେତ୍ରୀଙ୍କ ପୋଷ୍ଟ ପରଠାରୁ ଗୋ ଫାଷ୍ଟ ତାଙ୍କ ସହ କଥା ହୋଇଛି । ଯାହା ଦ୍ବାରା ଏହି ସମସ୍ୟାର ସମାଧାନ ହୋଇପାରିବ।

ବାସ୍ତବରେ ଚିତ୍ରଙ୍ଗଦା ବିମାନ ଭିତରର ଏକ ଭିଡିଓ ସେୟାର କରିଥିଲେ । ଏହି ଭିଡିଓରେ ଚିତ୍ରଙ୍ଗଦା ପ୍ରଥମେ ତାଙ୍କ ଟିକେଟ୍ ଦେଖାନ୍ତି । ଏବଂ ପରେ ଫୋନର କ୍ୟାମେରାକୁ ଏୟାର ହୋଷ୍ଟେସ୍ ଆଡକୁ ଦେଖାଇ ଲେଖିଥିଲେ, ‘ମୁମ୍ବାଇରୁ ଦିଲ୍ଲୀ ପାଇଁ ୩୯୧ ବିମାନ ଗୋଏୟାରେ ସବୁଠାରୁ ଖରାପ ଏୟାର ହୋଷ୍ଟେସ୍ ଅଛନ୍ତି ।  ରିକୁ ସିଂ, ଜୈମି, କ୍ରିଷ୍ଟୋଫର ଏବଂ ମୀନଲ୍ … ଦୟାକରି ସମସ୍ତଙ୍କୁ କିଛି ଶିକ୍ଷା ଦିଅ । ମୁଁ ଏଭଳି ଅହଂକାରୀ ମନୋଭାବ କେବେ ଦେଖି ନାହିଁ । ମୁଁ ସମସ୍ତଙ୍କ ଉପରେ ବହୁତ ନିରାଶ ଅଛି । ଏହା ସହିତ, ଅନ୍ୟ ଏକ ପୋଷ୍ଟରେ ଚିତ୍ରଙ୍ଗଦା ଲେଖିଛନ୍ତି, ‘ଏହି ଘଟଣା ମୋ ସହିତ ନୁହେଁ ବରଂ ମୋ ପାଖରେ ବସିଥିବା ବ୍ୟକ୍ତିଙ୍କ ସହିତ ମଧ୍ୟ ଘଟିଛି। ଉକ୍ତ ବ୍ୟକ୍ତି ଜଣକ ସହିତ ମଧ୍ୟ ବହୁର ଖରାପ ବ୍ୟବହାର କରାଯାଇଛି। ଅଭିନେତ୍ରୀ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଗୋ ଫାଷ୍ଟକୁ ମଧ୍ୟ ଟ୍ୟାଗ୍ କରିଥିଲେ । ଏହି ସବୁ ପରେ ଗୋ ଫାଷ୍ଟ ତରଫରୁ କ୍ଷମା ମାଗିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com