ଜାତୀୟ

ବନ୍ୟାରେ ବେହାଲ ଆସାମ; ଏବେ ବି ୬ ଲକ୍ଷରୁ ଅଧିକ ଲୋକ ପାଣି ଘେରରେ, ବୁଡ଼ି ରହିଛି ୮,୯୧୨ ହେକ୍ଟର ଫସଲ

ନୂଆଦିଲ୍ଲୀ: ଆସାମରେ ବନ୍ୟା ପରିସ୍ଥିତି ଅତି ମନ୍ଥରଗତିରେ ସୁଧୁରୁଥିବା ବେଳେ ଏବେ ବି ଗମ୍ଭୀର ପରିସ୍ଥିତି ରହିଛି। ଅନେକ ଘର ଏବେ ବି ପାଣି ଘେରରେ ରହିଥିବା ବେଳେ ଏବେ ବି ୬ ଲକ୍ଷରୁ ଅଧିକ ଲୋକ ବନ୍ୟା ପ୍ରଭାବିତ ହୋଇ ରହିଛନ୍ତି। ଯାହା ରାଜ୍ୟ ପାଇଁ ଚିନ୍ତାର କାରଣ ପାଲଟିଛି।

ଏବେ ବି ରାଜ୍ୟରେ ୧୧ ଜିଲ୍ଲାରେ ୫୦୬ଟି ଗାଁର ମୋଟ ୬,୨୭, ୮୭୪ ଲୋକ ପ୍ରଭାବିତ ଅଛନ୍ତି। ଶନିବାର ଏହି ସୂଚନା ଦେଇଛି ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ(ASDMA)। ରିପୋର୍ଟରେ କୁହାଯାଇଛି ଯେ ବଜାଲି, ଚାଚର, ଚିରାଙ୍ଗ, ଦିବ୍ରୁଗଢ଼, ଦିମା ହସାଓ, ଗୋଲଘାଟ, ହାଏଲକାଣ୍ଡୀ,ହୋଜାଇ, କମ୍ପ୍ରୁପ, କରୀମଗଞ୍ଜ, ମୋରୀଗାଓଁ, ନଗାଁଓ, ଶିବସାଗର ଏବଂ ତମଲୁପୁର ବନ୍ୟାରେ ବୁଡ଼ି ରହିଛି।

ବନ୍ୟାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଚାଚର ଜିଲ୍ଲା। ବନ୍ୟା ପ୍ରଭାବିତ ୬.୨ ଲକ୍ଷ ଲୋକଙ୍କ ମଧ୍ୟରୁ କେବଳ ଚାଚର ଜିଲ୍ଲାରୁ ୪,୨୮,୮୨୭ ଲୋକ ପ୍ରଭାବିତ ହୋଇଛନ୍ତି। ଏହାପଛକୁ ମୋରିଗାଓଁରୁ ୧,୪୩,୪୨୨, ନାଗାଓଁ ୩୪,୭୨୩ ଲୋକ ପ୍ରଭାବିତ ଅଛନ୍ତି। ୬ ଜିଲ୍ଲାର ୮,୯୧୨ ହେକ୍ଟର ଫସଲ ବନ୍ୟା ପାଣିରେ ବୁଡ଼ି ରହିଛି। ତେବେ ୨୪ ଘଣ୍ଟା ମଧ୍ୟରେ କାହାର ବି ମୃତ୍ୟୁ ହୋଇନାହିଁ ବୋଲି ASDMA ରିପୋର୍ଟ ପ୍ରକାଶ କରିଛି। ବନ୍ୟାରେ ଭୂସ୍କଳନ ଯୋଗୁ ମୋଟ ମୃତ୍ୟୁ ସଂଖ୍ୟା ୧୯୦ ହୋଇଛି।

୯ଟି ଜିଲ୍ଲାରେ ୧୩୦ ରିଲିଫ କ୍ୟାମ୍ପ ପରିଚାଳିତ ହେଉଛି। ଯେଉଁଥିରେ ୫୦,୧୬୭ ଲୋକଙ୍କୁ ରଖାଯାଇଛି। ବନ୍ୟାରେ ରାସ୍ତାଘାଟ, ଘରଦ୍ୱାର ଓ ରେଳପଥ କ୍ଷତିଗ୍ରସ୍ତ ହୋଇଛି।  ରାଜ୍ୟରେ ବନ୍ୟାଯୋଗୁ ୧,୦୭,୫୫୯ ଗୃହପାଳିତ ପଶୁ ପ୍ରଭାବିତ ହୋଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com