ଜାତୀୟଭାଇରାଲ୍ ଭିଡିଓ

ଚାକିରି ଖୋଜିବା ପାଇଁ ଡେଲିଭରୀ ବୟ ହେଲେ ଯୁବକ, ସୋସିଆଲ୍ ମିଡିଆରେ ଭାଇରାଲ୍‌ ହେଲା ଫଟୋ

ନୂଆଦିଲ୍ଲୀ: ବର୍ତ୍ତମାନର ପରିସ୍ଥିତିରେ ଦେଶରେ ବେକାରୀ ଚରମରେ ପହଞ୍ଚିଛି । ଆବଶ୍ୟକ ଯୋଗ୍ୟତା ଥାଇ ବି ଯୁବପୀଢ଼ି ଭଲ ଚାକିରି ଖଣ୍ଡେ ପାଉନାହାନ୍ତି । ଚାକିରି ପାଇବା ପୂର୍ବରୁ ସହଜ ହେଉଥିଲା କିନ୍ତୁ ଏବେ ପ୍ରତ୍ୟେକ ଦିନ ଚାକିରିରୁ ବାହାର କରାଯାଉଛି । ଗୋଟିଏ ଭଲ ଚାକିରି ଖୋଜିବା କାଠିକର ପାଠ ହୋଇଗଲାଣି । ତେବେ ଏହାକୁ ସହଜ କରିବା ପାଇଁ ଜଣେ ଯୁବକଙ୍କ ବୁଦ୍ଧି ଏବେ ଚର୍ଚ୍ଚା ପାଲଟିଛି ।

ଅମନ୍‌ ଖଣ୍ଡେଲୱାଲ୍‌ ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ଜମାଟୋ ଡେଲିଭରୀ ବୟ ଭାବେ ପ୍ରସ୍ତୁତ ହୋଇ ନିଯୁକ୍ତି ଦାତାଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ ତାଙ୍କ ନିକଟରେ ପହଞ୍ଚିଥିଲେ । ସେ ଖାଦ୍ୟ ବକ୍ସରେ ବେଙ୍ଗାଲୁରୁରେ ଥିବା ଏକ ଷ୍ଟାର୍ଟଅପ୍‌ କମ୍ପାନିରେ ନିଜର ସିଭି ଦେଇଥିଲେ । ଯାହାର ଫଟୋ ଏବେ ଭାଇରାଲ୍‌ ହେବାରେ ଲାଗିଛି । ପାଇନ୍‌ଆପଲ୍‌ ପେଷ୍ଟ୍ରି ଥିବା ଏହି ଡବାକୁ ଧରି ଏବଂ ଜମାଟୋ ଟି-ସାର୍ଟ ପିନ୍ଧି ଏହି ଫଟୋରେ ଦେଖାଯାଉଛନ୍ତି । ଏହି ବକ୍ସରେ ଏକ ମେସେଜ୍‌ ମଧ୍ୟ ଲେଖାଯାଇଛି । କୁହାଯାଇଛି ଯେ ଅନେକାଂଶ ରିଜ୍ୟୁମ୍‌ ଡଷ୍ଟବିନ୍‌କୁ ଚାଲିଯାଉଛି, କିନ୍ତୁ ମୋ ରିଜ୍ୟୁମ୍‌ ଆପଣଙ୍କ ପେଟକୁ ଯିବ ।

ତେବେ ଖଣ୍ଡେଲୱାଲ ଏହି ପୋଷ୍ଟର କ୍ୟାପସନରେ ଲେଖିଛନ୍ତି, “@ ଜୋମାଟୋ ଡେଲିଭରି ବୟ ପୋଷାକ ପିନ୍ଧି ମୁଁ ମୋର ରିଜ୍ୟୁମକୁ ପେଷ୍ଟ୍ରି ବାକ୍ସରେ ଦେଉଛି । ଏହାକୁ ବେଙ୍ଗାଲୁରୁର ଏକ ଷ୍ଟାର୍ଟଅପ୍ କମ୍ପାନୀକୁ ଦେଇଥିଲି । ଏହା @peakbengaluru ର ସମୟ ବୋଲି ସେ ଏଥିରେ ଲେଖିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com