ଜାତୀୟରାଜନୀତି

ବିଜେପି ପକ୍ଷରୁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ହେବେ ଶାହା!

ଅମିତ ଶାହା ହେବେ କି ଗୁଜରାଟ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ? ଗୁଜରାଟ ବିଧାନସଭା ନିର୍ବାଚନ ଲଢିବେ କି ଶାହା? ବୁଧବାର ଆମ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ବିଜେପିକୁ ଏହି ପ୍ରଶ୍ନ କରିଛନ୍ତି । ଏକ ଟୁଇଟ୍ କରି କେଜ୍ରିୱାଲ୍ ଲଖିଥିଲେ, ‘ଆପ୍’ ଗୁଜରାଟରେ ଦ୍ରୁତ ଗତିରେ ଆଗକୁ ବଢୁଛି । ଭାଜପା ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ଅଛି । ତେବେ ଏହା କଣ ସତ କି, ଆଗାମୀ ବିଧାନସଭା ନିର୍ବାଚନରେ ବିଜେପି ଗୁଜରାଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଅମିତ ଶାହାଙ୍କୁ ଘୋଷଣା କରିବାକୁ ଯାଉଛି? ଭୁପେନ୍ଦ୍ର ଭାଇ ପଟେଲଙ୍କ କାମରେ ସତରେ କଣ ବିଜେପି ନାରାଜ ଅଛି?

ସୂଚନାଯୋଗ୍ୟ ଯେ, ଚଳିତବର୍ଷ ଗୁଜରାଟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ରାଜ୍ୟରେ ଆପ୍ ଏଥର ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଲାଗିପଡିଛି । ଆପ୍ ନେତା ଅରବିନ୍ଦ କେଜ୍ରିୱାଲ ବାରମ୍ବାର ଗୁଜରାଟ ଗସ୍ତ କରି ଦିଲ୍ଲୀ ମଡେଲ ଦେଖାଇବାରେ ଲାଗିଛନ୍ତି । ଆଉ ଏହାରି ଭିତରେ କେଜ୍ରିୱାଲଙ୍କ ଏହି ଟୁଇଟ୍ ଚର୍ଚ୍ଚା ସୃଷ୍ଟି କରିଛି ।ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ବିଧାୟକ ପ୍ରାର୍ଥୀଙ୍କ ପ୍ରଥମ ଲିଷ୍ଟ ଜାରି କରିସାରିଛି । ଗୁଜରାଟ ଅଧ୍ୟକ୍ଷ ଗୋପାଳ ଇଟାଲିୟା କହିଛନ୍ତି ଯେ, ସେ ନିଜେ ଓ ସାମ୍ବାଦିକତାରୁ ରାଜନୀତିରେ ଏଣ୍ଟ୍ରି କରିଥିବା ଇସୁଦାନ ଗଢବୀ ନିର୍ବାଚନ ଲଢିବାକୁ ଯାଉଛନ୍ତି । ଏହାସହିତ ଚାଷୀ ନେତା ଭୀମାଭାଇ ଚୌଧୁରୀ, ସାମାଜିକ କାର୍ଯ୍ୟକର୍ତ୍ତା ଜଗମାଲ ବାଲା, ଆଦିବାସୀ ନେତା ଅର୍ଜୁନ ରାଠବା, ଚାଷୀ ନେତା ସାଗର ରବାରୀଙ୍କ ଭଳି ସାଧାରଣ ନେତା ମଧ୍ୟ ବିଧାନସଭା ନିର୍ବାଚନ ଲଢିବେ ବୋଲି ସେ କହିଛନ୍ତି ।

ଦୁଇ ଦିନ ତଳେ ଗୁଜରାଟରେ କେଜ୍ରିୱାଲ ବଡ ଘୋଷଣା କରିଥିଲେ । ବେରୋଜଗାରୀ କମାଇବାକୁ ସରକାର ରୋଜଗାର ଦେବେ ବୋଲି କେଜ୍ରିୱାଲ ଘୋଷଣା କରିଥିଲେ । ତା ସହିତ ଯୁବକଙ୍କୁ ଚାକିରି ନମିଳିବା ପର୍ଯ୍ୟନ୍ତ ସରକାର ବେରୋଜଗାରଙ୍କୁ ୩ ହଜାର ଲେଖାଏଁ ଟଙ୍କା ପ୍ରଦାନ କରିବେ । ଗୁଜରାଟରେ ଆପ୍ ସରକାର ଆସିଲେ ତୁରନ୍ତ ୧୦ ଲକ୍ଷ ସରକାରୀ ଚାକିରିରେ ଲୋକଙ୍କୁ ଭର୍ତ୍ତି କରାଯିବ ବୋଲି ସେ କହିଥିଲେ । ଏଥିପାଇଁ ସେ ଟିମ୍ ସହିତ ପ୍ଲାନିଂ ଜାରି ରଖିଛନ୍ତି ବୋଲି କହିଛନ୍ତି ।ଏହା ପୂର୍ବରୁ କେଜ୍ରିୱାଲ ଗୁଜରାଟରେ ମାଗଣା ବିଜୁଳି ଦେବା ନେଇ ଘୋଷଣା କରିଥିଲେ । ଗୁଜରାଟରେ ଯଦି ଆପ୍ ସରକାର ଗଠନ ହୁଏ, ତେବେ ଦିଲ୍ଲୀବାସୀଙ୍କୁ ମାଗଣା ବିଜୁଳି ମିଳୁଥିବା ଭଳି ଗୁଜରାଟବାସୀଙ୍କୁ ମଧ୍ୟ ମାଗଣା ବିଜୁଳି ମିଳିପାରିବ ବୋଲି କେଜ୍ରିୱାଲ ଘୋଷଣା କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com