ଜାତୀୟ

ଜ୍ଞାନବାପୀ ମସ୍‌ଜିଦ୍ ମାମଲା; ଉଭୟ ପକ୍ଷର ତର୍କ ଶୁଣିବା ପରେ ରାୟ ସଂରକ୍ଷିତ ରଖିଲେ କୋର୍ଟ, ଆସନ୍ତାକାଲି ନିଷ୍ପତ୍ତି

ନୂଆଦିଲ୍ଲୀ: ଆଜି ବାରାଣସୀ କୋର୍ଟରେ ଜ୍ଞାନବାପୀ ମସ୍‌ଜିଦ୍ ମାମଲାରେ ଶୁଣାଣି ହୋଇଛି। ଉଭୟ ପକ୍ଷର ତର୍କ ଶୁଣିଛନ୍ତି କୋର୍ଟ। ତର୍କ ଶୁଣିବା ପରେ ମାମଲାର ଶୁଣାଣି କେମିତି ହେବ, କେଉଁ ମାମଲା ଆଗ ଶୁଣାଣି କରାଯିବ ସେ ନିଷ୍ପତ୍ତି ଆସନ୍ତାକାଲି ହେବ ବୋଲି କୋର୍ଟ କହିଛନ୍ତି। ଆସନ୍ତାକାଲି (ମେ ୨୪) ଅପରାହ୍ନ ୨ଟା ପର୍ଯ୍ୟନ୍ତ କୋର୍ଟ ତାଙ୍କ ରାୟ ସଂରକ୍ଷିତ ରଖିଛନ୍ତି।

ଆଜି ଏହି ମାମଲାରେ ୩ଟି ଆବେଦନର ଶୁଣାଣି ହୋଇଥିଲା। ସେଥିମଧ୍ୟରୁ ୨ଟି ଆବେଦନ ହିନ୍ଦୁ ପକ୍ଷର ହୋଇଥିବା ବେଳେ ଗୋଟିଏ ଆବେଦନ ମସ୍‌ଜିଦ କମିଟିର ଥିଲା। ଆଜି ପାଖାପାଖି ୪୫ ମିନିଟ୍ ପର୍ଯ୍ୟନ୍ତ ଶୁଣାଣି ହୋଇଥିବା ବେଳେ ମାମଲା ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଓ ପ୍ରମାଣ ଶୁଣିଥିଲେ କୋର୍ଟ। ଏବେ କେଉଁ ମାମଲା ଉପରେ ପ୍ରଥମେ ଶୁଣାଣି ହେବ ଆସନ୍ତାକାଲି କୋର୍ଟ ତାହା ନିଷ୍ପତ୍ତି ନେବେ ବୋଲି କୋର୍ଟ କହିଛନ୍ତି।

ତେବେ ମୁସଲମାନ ପକ୍ଷ କହିବା କଥା ହେଲା ସୁପ୍ରିମକୋର୍ଟର ଅନୁସାରେ, ଅର୍ଡର ୭ ରୁଲର ୧୧(ଉପାସନାସ୍ଥଳ ଆକ୍ଟ)ର ଆଗ ଶୁଣାଣି ହେଉ। ହେଲେ ହିନ୍ଦୁ ପକ୍ଷର କହିବା କଥା ହେଲା ଆଗ ସର୍ଭେ ରିପୋର୍ଟ ଉପରେ ଶୁଣାଣି ହେଉ। ଏନେଇ ହିନ୍ଦୁ ପକ୍ଷର ବିଷ୍ଣୁ ଜୈନ୍ କହିଛନ୍ତି ଯେ କେଉଁ ପ୍ରୋସିଜର କଣ ହେବ ତାହା କୋର୍ଟ ସ୍ଥିର କରିବେ।

ହେଲେ ବିପକ୍ଷ କହୁଛି ଯେ ଅର୍ଡର ୭୧୧ର ପ୍ରଥମେ ଶୁଣାଣି କରାଯାଉ। ହେଲେ ଆମେ ଚାହୁଁଛି ଯେ ଆର୍ଡର ୨୬ ସହିତ ୭୧୧ର ଶୁଣାଣି ହେଉ। କିନ୍ତୁ ବିପକ୍ଷ ଚାହୁଁଛି ଦୁଇଟିଯାକ ଅଲଗା ଅଲଗା ଶୁଣାଣି ହେଉ। କୋର୍ଟ ସମସ୍ତ ପକ୍ଷକୁ ଶୁଣିବା ପରେ ଆାସନ୍ତାକାଲି ଦିନ ୨ଟାରେ ଶୁଣାଣି କରିବାକୁ କହିଛନ୍ତି। ଏପଟେ ହିନ୍ଦୁ ପକ୍ଷ କୋର୍ଟଙ୍କ ଠାରୁ କମିଶନଙ୍କ ରିପୋର୍ଟ ସହ ଭିଡିଓ ଫଟୋ ମାଗିଛନ୍ତି।

ହିନ୍ଦୁ ପକ୍ଷର ଆବେଦନ

୧.ଜ୍ଞାନବାପୀ ପରିସରରେ ଥିବା ଶୃଙ୍ଗାର ଗୌରୀଙ୍କର ନିତ୍ୟ ପୂଜାର୍ଚନା ପାଇଁ ଅନୁମତି।
୨.  ମସ୍‌ଜିଦ୍‌ର ୱଜୁଖାନା (ମସ୍‌ଜିଦ୍ ଭିତରେ ପ୍ରବେଶ ପୂର୍ବରୁ ଶୁଦ୍ଧିକରଣ ସ୍ଥାନ, ଯେଉଁଠି ମୁସଲମାନ ମାନେ ହାତପାଦ ଧୋଇଥାନ୍ତି)ରେ ମିଳିଥିବା ଶିବଲିଙ୍ଗଙ୍କ ପୂଜାର୍ଚ୍ଚନା ପାଇଁ ଅନୁମତି।

୩. ଶିବଲିଙ୍ଗ ତଳେ ଥିବା କୋଠରୀ ଭିତରେ ପ୍ରବେଶରେ ପଡ଼ିଥିବା ସମସ୍ତ ଅଳିଆ ହଟାଯାଉ।
୪. ଶିବଲଙ୍ଗର ଦୈର୍ଘ୍ୟ ପ୍ରସ୍ତ ଜାଣିବା ପାଇଁ ସର୍ଭେ କରାଯାଉ।
୫. ଅନ୍ୟ ଏକ ସ୍ଥାନରେ ୱଜୁଖାନା ନିର୍ମାଣ ହେଉ

 ମସଜିଦ୍ କମିଟିର ଆବେଦନ

୧. ୱଜୁଖାନ ସିଲ୍ କରାନଯାଉ
୨.୧୯୯୧ର ପ୍ଲେସ୍ ଅଫ୍ ୱୋର୍ସିପ ଆକ୍ଟ ସହ ଜ୍ଞାନବାପୀ ସର୍ଭେକୁ ବିଚାରକୁ ନିଆଯାଉ।

Related Articles

Back to top button
WP Twitter Auto Publish Powered By : XYZScripts.com