ଅନ୍ୟାନ୍ୟ

ରେଳବାଇ ପରୀକ୍ଷାରେ ଅନିୟମିତତା ପାଇଁ ବିହାର ବନ୍ଦ: ଟାୟାର ଜାଳି ରାସ୍ତା ଅବରୋଧ କରୁଛନ୍ତି ପ୍ରତିବାଦକାରୀ

ପାଟନା: ‘ରେଲ୍‌ୱେ ରିକ୍ରୁଇଟ୍‌ମେଣ୍ଟ୍‌ ବୋର୍ଡ’ ପରୀକ୍ଷାରେ ଅସାଧୁତା ହୋଇଥିବା ଅଭିଯୋଗ କରି ବି‌‌ରୋଧୀ ଦଳମାନେ ଆଜି ବନ୍ଦ ଡାକରା ଦେଇଥିବା ବେଳେ ବିହାରର ରାଜଧାନୀ ପାଟନା ଏବଂ ରାଜ୍ୟର ଅନେକ ସ୍ଥାନରେ ପ୍ରତିବାଦକାରୀମାନେ ପୁରୁଣା ଟାୟାର୍‌ ଜାଳି ରାସ୍ତା ଅବରୋଧ କରିଛନ୍ତି।

‘ଅଲ୍‌ ଇଣ୍ଡିଆ ଷ୍ଟୁଡେଣ୍ଟ୍‌ସ୍‌ ଆସୋସିଏସନ୍‌’ (ଏଆଇଏସ୍‌ଏ) ସମେତ କେତେକ ଶିକ୍ଷାର୍ଥୀ ସଙ୍ଗଠନ ମଧ୍ୟ ବିହାର ବନ୍ଦ ଡାକରା ଦେଇଛନ୍ତି।

ଦେଶ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ରେଳବାଇ ଚାକିରି ପରୀକ୍ଷା ବିରୋଧରେ ଶିକ୍ଷାର୍ଥୀମାନେ ତୀବ୍ର ପ୍ରତିବାଦ ପ୍ରଦର୍ଶନ କରି ଗୋଟାଏ ପାସେଞ୍ଜର୍‌ ଟ୍ରେନ୍‌ରେ ନିଆଁ ଲଗାଇବା ସହ ଅନ୍ୟ ଗୋଟାଏ ଟ୍ରେନ୍‌ ଉପରକୁ ଟେକାପଥର ଫିଙ୍ଗିଥିଲେ। ଦୁଇଟି ପର୍ଯ୍ୟାୟରେ କରାଇବା ପାଇଁ : ‘ରେଲ୍‌ୱେ ରିକ୍ରୁଇଟ୍‌ମେଣ୍ଟ୍‌ ବୋର୍ଡ’ର ନିଷ୍ପତ୍ତିକୁ ପରୀକ୍ଷାର୍ଥୀମାନେ ତୀବ୍ର ବିରୋଧ କରିଥିଲେ। ସେମାନେ ଦାବି କରିଥିଲେ କି, ପ୍ରଥମ ପର୍ଯ୍ୟାୟରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀମାନଙ୍କ ପାଇଁ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା ଅନ୍ୟାୟ। ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଫଳାଫଳ ଜାନୁଆରି ୧୫ରେ ପ୍ରକାଶିତ ହୋଇଥିଲା।

ଗୁରୁବାର ଦିନ ଏକ ମିଳିତ ବିବୃତି ଦେଇ ‘ରାଷ୍ଟ୍ରୀୟ ଜନତା ଦଳ’, ‘କଂଗ୍ରେସ’, ‘କମ୍ୟୁନିଷ୍ଟ୍‌ ପାର୍ଟି ଅଫ୍‌ ଇଣ୍ଡିଆ’ ଏବଂ ‘ସିପିଆଇ’ ଆଦି ବିରୋଧୀ ଦଳମାନେ କହିଥିଲେ, ଦେଶରେ ସବୁଠୁ ଅଧିକ ସଂଖ୍ୟକ ତରୁଣ ଅଛନ୍ତି ବିହାରରେ। ରାଜ୍ୟରେ ବେକାରୀ ସଂଖ୍ୟା ମଧ୍ୟ ସର୍ବାଧିକ। ଉଭୟ କେନ୍ଦ୍ର ଏବଂ ବିହାର ସରକାର ଶିକ୍ଷାର୍ଥୀମାନଙ୍କୁ ଠକୁଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com