Featuredଜାତୀୟ

ବିହାରରେ ପୁଣି ବିଷାକ୍ତ ମଦ ପିଇ ୩ ମୃତ, ୭ ଗୁରୁତର

ବିହାର: ବିହାରରେ ସିବାନ୍ ଜିଲ୍ଲାରେ ବିଷାକ୍ତ ମଦ ପିଇ ଏଠାରେ ୩ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପରିବାର ଲୋକଙ୍କ କହିବା ଅନୁସାରେ ମଦ ପିଇବା ପରେ ମୃତକଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଯାଇଥିଲା ।

ତେବେ ୩ ଜଣ ମୃତକଙ୍କ ପୋଷ୍ଟମର୍ଟମ କରାଯିବାକୁ ପଠାଯାଇଛି । ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି କହିଛନ୍ତି ସିବାନ୍ ଡିଏମ୍ । ଏହାସହ ପ୍ରତି ଗାଁକୁ ଯାଇ ଅସୁସ୍ଥ ଥିବା ଲୋକଙ୍କୁ ହସ୍ପିଟାଲ ନେବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅପିଲ କରାଯାଇଛି । ଏହି ଘଟଣାରେ ୧୦ଜଣଙ୍କୁ ଗିରଫ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com