ଜାତୀୟରାଜନୀତି

ନିର୍ବାଚନ ସରିବା ପରେ ଜୟପୁର ଗସ୍ତରେ ପ୍ରିୟଙ୍କା : ଗେହଲଟଙ୍କ ସହ ବିଭିନ୍ନ ରଣନୀତି ଉପରେ କଲେ ଆଲୋଚନା

ନୂଆଦିଲ୍ଲୀ :  ସରିଛି ୫ ରାଜ୍ୟର ବିଧାନସଭା ନିର୍ବାଚନ । ଏକଜିଟ୍ ପୋଲ ବି ସାମ୍ନାକୁ ଆସିଛି । ଏହାମଧ୍ୟରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ  ରାଜସ୍ଥାନର ଜୟପୁର ଗସ୍ତ କରିଛନ୍ତି । ଏଠାରେ ସେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହ ବିଭିନ୍ନ ରଣନୀତି ବାବଦରେ ଆଲୋଚନା କରିଛନ୍ତି । ଏହାସହ ଅନ୍ୟ ବରିଷ୍ଠ ନେତାଙ୍କ ସହ ମଧ୍ୟ ସେ କଥା ହୋଇଛନ୍ତି ।
ଆସନ୍ତା ୧୦ ତାରିଖରେ ବିଧାନସଭା ଫଳ ପ୍ରକାଶ ପାଇବ । ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁରର ଫଳାଫଳକୁ ନଜରରେ ରଖି କଂଗ୍ରେସ ପ୍ରାର୍ଥୀଙ୍କୁ ଜୟପୁର ଅଣାଯାଇପାରେ । ସରକାର ଗଠନ ବା ସମର୍ଥନ ଦେବା ପ୍ରସଙ୍ଗରେ ବିଜୟୀ ପ୍ରାର୍ଥୀମାନେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ଏପରିକି ଘୋଡାବେପାରର ମଧ୍ୟ ସମ୍ଭାବନା ରହିଥାଏ । ଗତ କିଛିଦିନ ତଳେ ଅଶୋକ ଗେହଲଟ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଦିଲ୍ଲୀ ଯାଇ ଭେଟିଥିଲେ । ସେ ସୋନିଆଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ ।
ଏହାପୂର୍ବରୁ ଚ ରାଜ୍ୟର କଂଗ୍ରେସ ପ୍ରାର୍ଥୀଙ୍କୁ ଜୟପୁରରେ ରଖାଯାଇଥିଲା ।  ମଧ୍ୟପ୍ରଦେଶ, ଗୁଜୁରାଟ, ମହାରାଷ୍ଟ୍ର ଓ ଆସାମ ବିଧାୟକଙ୍କୁ ସ୍ୱତନ୍ତ୍ର ହେଲିକପ୍ଟରରେ ଜୟପୁର ଅଣାଯାଇଥିଲା । ଦୁଇ ବର୍ଷ ପୂର୍ବରୁ ଯେତେବେଳେ ମଧ୍ୟ ପ୍ରଦେଶର ଅନେକ କଂଗ୍ରେସ ବିଧାୟକ ଦଳରୁ ଇସ୍ତଫା ଦେଇଥିଲେ, ସେତେବେଳେ ମଧ୍ୟ କିଛି ବିଧାୟକଙ୍କୁ ଜୟପୁରରେ ଦଳ ରଖିଥିଲା । ମହାରାଷ୍ଟ୍ରର ସରକାର ପରିବର୍ତ୍ତନ ସମୟରେ ମଧ୍ୟ କଂଗ୍ରେସ ବିଧାୟକଙ୍କୁ ଦଳ ଜୟପୁରରେ ରଖିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com