ଜାତୀୟ

ଇ-ସ୍କୁଟର ଅଗ୍ନିକାଣ୍ଡର କାରଣ ନେଇ ସରକାର ତତ୍ପର; ଗଠନ ହେଲା ବିଶେଷଜ୍ଞ କମିଟି

ବ୍ୟୁରୋ: ଇ- ସ୍କୁଟରରେ ବାରମ୍ବାର ଘଟୁଥିବା ଅଗ୍ନିକାଣ୍ଡର ତଦନ୍ତ ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଛି । କମିଟି ଘଟଣାର ତଦନ୍ତ କରି ତିନି ଦିନ ମଧ୍ୟରେ ରିପୋର୍ଟ ଦେବେ । ଏହି ରିପୋର୍ଟ ଆଧାରରେ ସଡକ ପରିବହନ ମନ୍ତ୍ରଣାଳୟ ପ୍ରଚଳିତ ବ୍ୟବସ୍ଥାରେ କଠୋର ନିୟମ ପ୍ରଣୟନ କରିବାକୁ ଯାଉଛି । ଗତ କିଛି ମାସ ହେଲା ବିଦ୍ୟୁତିକ ଦୁଇ ଚକିଆ ଯାନରେ ଅଗ୍ନିକାଣ୍ଡର ଅନେକ ଘଟଣା ସାମ୍ନାକୁ ଆସିଛି ।

ଅଗ୍ନିକାଣ୍ଡରେ କିଛି ଲୋକଙ୍କର ମୃତ୍ୟୁ ସହ ଅନେକ ଆହତ ହୋଇଥିଲେ । ଭବିଷ୍ୟତରେ ଯେପରି ଏହାର ପୁନରାବୃର୍ତ୍ତି ନହୁଏ ସେଥିପାଇଁ ଇଭିଏମ୍ ଉତ୍ପାଦନ କରୁଥିବା କମ୍ପାନୀଗୁଡିକ ବିରୋଧରେ ସରକାର ଅତ୍ୟନ୍ତ କଠୋର ପଦକ୍ଷେପ ନେବାକୁ ସ୍ଥିର କରିଛନ୍ତି । ଇଲେକ୍ଟ୍ରିକ୍ ସ୍କୁଟରରେ ଅଗ୍ନିକାଣ୍ଡ ଘଟଣାର ଅନୁସନ୍ଧାନ ପାଇଁ ଗଠିତ ବିଶେଷଜ୍ଞ କମିଟି ମେ 30 ରେ ଏହାର ରିପୋର୍ଟ ଦେବ ।

Related Articles

Back to top button
WP Twitter Auto Publish Powered By : XYZScripts.com