ଜାତୀୟ

ବିହାରରେ ଆଶାୟୀ ଶିକ୍ଷକଙ୍କୁ ପୋଲିସର ଲାଠିଚାର୍ଜ

ବିହାରର ରାଜଧାନୀ ପଟନାରେ ଆଜି ନିଯୁକ୍ତି ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଆଶାୟୀ ଶିକ୍ଷକ । ଡାକ ବଙ୍ଗଳା ଛକ ନିକଟରେ ଛାତ୍ରଛାତ୍ରୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି । ସ୍ଥିତି ଅଣାୟତ ହେବାରୁ ଆଶାୟୀ ଛାତ୍ରଛାତ୍ରୀମାନଙ୍କ ଉପରେ ଲାଠିଚାର୍ଜ କରିଛି ପୋଲିସ । ଲାଠିଚାର୍ଜ ବେଳେ ଜଣେ ଆଶାୟୀ ଛାତ୍ର ତ୍ରିରଙ୍ଗା ପତାକାରେ ନିଜକୁ ଘୋଡେଇ ସୁରକ୍ଷା ଦେବାକୁ ଚେଷ୍ଟା କରୁଥିଲେ । ହେଲେ ଏହାକୁ ଖାତିର ନକରି ଉକ୍ତ ଛାତ୍ରଙ୍କୁ ଲାଠିରେ ପିଟି ଚାଲିଥିଲେ ପଟନା ଏଡିଏମ କେକେ ସିଂ । ଫଳରେ ଛାତ୍ର ଜଣକ ଲହୁଲୁହାଣ ହୋଇଥିଲେ । ପାଖାପାଖି ୫ ହଜାର ସିଟିଇଟି ଓ ବିଟିଇଟି ପାସ ଛାତ୍ରଛାତ୍ରୀ ଡାକବଙ୍ଗଳା ଛକରେ ପ୍ରଦର୍ଶନ କରିଥିଲେ । ଏହି ସବୁ ଛାତ୍ରଛାତ୍ରୀ ବିହାର ଶିକ୍ଷାମନ୍ତ୍ରୀଙ୍କ ବିରୋଧରେ ନାରାବାଜି ଦେଇଥିଲେ । ଏହି ସମୟରେ ପୋଲିସ ତାଙ୍କ ଉପରେ ଲାଠିଚାର୍ଜ କରିଥିଲା । ୨୦୧୯ର ଏସଟିଇଟି ପରୀକ୍ଷାରେ ପାସ କରିଥିବା ଛାତ୍ରଛାତ୍ରୀଙ୍କ କହିବାନୁସାରେ ତାଙ୍କ ନାଁ ମେରିଟ ଲିଷ୍ଟରେ ଆସିଛି ହେଲେ ଏଯାଏଁ ସରକାର ତାଙ୍କ ସମସ୍ୟା ଦୂର କରିପାରିଲେନି । ଏହି ଛାତ୍ରଛାତ୍ରୀ ୩ ବର୍ଷ ହେବ ନିଯୁକ୍ତି ପାଇଁ ଅପେକ୍ଷା କରିଛନ୍ତି । ହେଲେ ଶିକ୍ଷାମନ୍ତ୍ରୀ ଏହାର ଜବାବ ଦେଉନାହାନ୍ତି । ଫଳରେ ଆଜି ବାଧ୍ୟ ହୋଇ ପ୍ରଦର୍ଶନ କରିଥିଲେ । ହେଲେ ପୋଲିସ ତାଙ୍କ ଉପରେ ଲାଠିଚାର୍ଜ କରିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com