ଜାତୀୟ

ମଣିପୁର ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି, ଜେସିବି ଲଗାଇ ଉଦ୍ଧାର କରାଯାଉଛି ମୃତଦେହ, ଏବେ ବି ୫୫ ନିଖୋଜ

ନୂଆଦିଲ୍ଲୀ: ମଣିପୁର ନୋନି ଜିଲ୍ଲାରେ ମାଟି ଅତଡ଼ା ଖସିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି। ଏହି ଦୁର୍ଘଟଣାରେ ଭାରତୀୟ ସେନାର ଟେରିଟୋରିଆଲ୍ ଆର୍ମିର ଯବାନଙ୍କ ସମତେ ସାଧାରଣ ନାଗରିକମାନେ ମାଟି ତଳେ ଚାପି ହୋଇ ପ୍ରାଣ ହରାଇଛନ୍ତି। ବୁଧବାର ରାତିରେ ତାପୁଲ ୟାର୍ଡ ରେଳବାଇର ନିର୍ମାଣାଧିନ ପ୍ରକଳ୍ପର ସାଇଟର ୧୦୭ ଟେରିଟୋରିଆଲ ଆର୍ମି କ୍ୟାମ୍ପ ନିକଟରେ ଏହି ଭୂସ୍ଖଳନ ହୋଇଥିଲା। ବର୍ତ୍ତମାନ ସୁଧା ଏହି ପ୍ରାକୃତିକ ବିପର୍ଯ୍ୟୟରେ ୫୫ ଜଣ ନିଖୋଜ ଅଛନ୍ତି। ଇଜାଇ ନଦୀ ନିକଟରେ ଏମାନେ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି।

ଘଟଣା ସ୍ଥଳରେ ଏକ୍ସକାଭେଟର ମେସିନ ଲଗାଇ ମୃତଦେହ ଉଦ୍ଧାର କରାଯାଉଛି। ଭାରତୀୟ ଯବାନ, ଟେରିଟୋରିଆଲ୍ ଆର୍ମି ଓ ଆସାମ ରାଇଫଲ୍ସ ଦ୍ୱାରା ସର୍ଚ୍ଚେ ଅପରେସନ ଜାରି ରହିଛି। ଏହା ବାଦ କେନ୍ଦ୍ର ଓ ରାଜ୍ୟ ବିପର୍ଯ୍ୟୟ ବଳ ମଧ୍ୟ ଘଟଣା ସ୍ଥଳରେ ମୁତୟନ ଅଛନ୍ତି। ଜିରିବାମ ଜିଲ୍ଲାରୁ ଇମ୍ଫାଲ ଯାଏ ତିଆରି ହେଉଥିବା ରେଳ ଲାଇନ୍‌କୁ ଟେରିଟୋରିଆଲ୍ ଆର୍ମି ମତୟନ କରି ସୁରକ୍ଷା ଦିଆଯାଉଥିଲା।

ବର୍ତ୍ତମାନ ସୁଧା ୧୩ ଯବାନ ସହ ୫ ସାଧାରଣ ନାଗରିକଙ୍କୁ ଉଦ୍ଧାର କରାଯାଇଛି। ଘଟମା ସ୍ଥଳରେ ଉଦ୍ଧାରକାରୀ ଦଳ ସହ ସନ୍ଧାନୀ କୁକୁରର ସହଯୋଗ ମଧ୍ୟ ନିଆଯାଇଛି। ଅନ୍ୟପଟେ ଘଟଣା ଉପରେ ନଜର ରଖିଛନ୍ତି ମୁଖ୍ୟମନ୍ତ୍ରୀ ବୀରେନ ସିଂହ। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକମାନଙ୍କ ପାଇଁ ୫ ଲକ୍ଷ ସହାୟତା ରାଶି ସହ ଆହତକୁ ୫୦ ହଜାର ରାଶି ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

Related Articles

Back to top button
WP Twitter Auto Publish Powered By : XYZScripts.com