ଜାତୀୟ

କମୁଛି ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଦବଦବା: ଇସ୍ତଫା ଦେଲେ ୪ ଘନିଷ୍ଠ ସହଯୋଗୀ, କଣ କରିବେ ବୋରିସ୍ ଜନସନ ?

ନୂଆଦିଲ୍ଲୀ() ଧୀରେ ଧୀରେ କମିବାରେ ଲାଗିଛି ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ଲୋକପ୍ରିୟତା । ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କୁ ବିରୋଧ କରୁଛନ୍ତି ଅନେକ ଅଧିକାରୀ, ଫଳରେ ତାଙ୍କର ଚାରିଜଣ ନିକଟତମ ସହଯୋଗୀ ଇସ୍ତଫା ଦେଇଛନ୍ତି । ଜନସନଙ୍କ ନୀତି ମୁଖ୍ୟ ମୁନିରା ମିର୍ଜା, ଚିଫ୍ ଅଫ୍ ଷ୍ଟାଫ୍ ଡାନ ରୋଜେନଫିଲ୍ଡ, ମୁଖ୍ୟ ବ୍ୟକ୍ତିଗତ ସଚିବ ମାର୍ଟିନ ରେନୋଲ୍ଡସ୍ ଏବଂ ଯୋଗାଯୋଗ ନିର୍ଦ୍ଦେଶକ ଜ୍ୟାକ୍ ଡୋଏଲ୍ କିଛି ଘଣ୍ଟା ବ୍ୟବଧାନ ପରେ ଇସ୍ତଫା ଦେଇଛନ୍ତି ।

ଘନିଷ୍ଠ ବନ୍ଧୁମାନଙ୍କ ଇସ୍ତଫା ପରେ ବୋରିସ୍ ଜନସନଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି ।
ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ଜନସନ !
ରିପୋର୍ଟରେ କୁହାଯାଇଛି ଯେ ଯେତେବେଳେ ବୋରିସ୍ ଜନସନ ଏବଂ ତାଙ୍କ ସାଥୀମାନେ ଡାଉନିଙ୍ଗ ଷ୍ଟ୍ରିଟରେ ପାର୍ଟି କରୁଥିଲେ । ସେତେବେଳେ କରୋନା ଭୂତାଣୁ ସଂପର୍କରେ ବ୍ରିଟେନରେ କଡା ଲକଡାଉନ୍ ଲାଗୁ କରାଯାଇଥିଲା । ଏନେଇ ଜନସନଙ୍କୁ ମଧ୍ୟ ପାର୍ଟି ଭିତରୁ କ୍ରମାଗତ ଭାବରେ ପ୍ରଶ୍ନ କରାଯାଇଥିଲା । ଏପରି ପରିସ୍ଥିତିରେ, ସେମାନଙ୍କର ସମସ୍ୟା ଆହୁରି ବଢିପାରେ ବୋଲି ଚର୍ଚ୍ଚା ହେଉଥିଲା । ପାର୍ଟିର ସଦସ୍ୟଙ୍କ ମଧ୍ୟରେ ଅନେକ ଭୁଲ ବୁଝାମଣା ଏବଂ ଅଭିଯୋଗ ପରେ ଜନସନଙ୍କୁ ଇସ୍ତଫା ଦେବାକୁ ଚାପ ପଡୁଛି ।
ଋଷି ସୁନାକ PM ପଦ ପାଇଁ ରେସରେ ଆଗରେ
ରିପୋର୍ଟରେ ଦର୍ଶାଯାଇଛି ଯେ ମୁନିରା ମିର୍ଜାଙ୍କ ଇସ୍ତଫା ଜନସନଙ୍କ ସମସ୍ୟାକୁ ବଢିଯାଇଛି । ମିର୍ଜା ଜନସନଙ୍କ ଦୀର୍ଘ ଦିନର ସହଯୋଗୀ ଥିଲେ ଏବଂ ଜଣେ ପ୍ରମୁଖ ରାଜନୈତିକ ପରାମର୍ଶଦାତା ବି ଥିଲେ । ସେ ଅନେକ ପ୍ରସଙ୍ଗରେ ଜନସନଙ୍କୁ ଅନେକ ଥର ସମର୍ଥନ କରିଛନ୍ତି । ଏହି କାରଣରୁ ତାଙ୍କ ନିଜ ଦଳର ଅନେକ ଲୋକ ମିର୍ଜାଙ୍କୁ ମଧ୍ୟ ପ୍ରଶ୍ନ କରୁଛନ୍ତି । ସେହିଭଳି ପରବର୍ତ୍ତୀ ପ୍ରଧାନନମନ୍ତ୍ରୀ ଋଷି ସୁନାକ ହେବେ ବୋଲି ଚର୍ଚ୍ଚା ହେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com