Breaking NewsFeaturedଜାତୀୟରାଜନୀତି

କର୍ଣ୍ଣାଟକ କ୍ୟାବିନେଟ୍‌ରେ ୩୪ ମନ୍ତ୍ରୀ, ବଜାୟ ରହିଲା ଜାତି ସମନ୍ବୟ

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ସାମିଲ୍‌ ହେଲେ  ୨୪  ମନ୍ତ୍ରୀ 

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ସପ୍ତାହକ ପୂର୍ବରୁ କ୍ଷମତାକୁ ଆସିଛି କଂଗ୍ରେସ । ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଭାବେ ସିଦ୍ଦରମୈୟା ଓ ଡିକେ ଶିବକୁମାର ଶପଥ ଗ୍ରହଣ କରିସାରିଛନ୍ତି । ସେହିପରି ଗତ ୨୦ ତାରିଖରେ ଆଉ ୮ ଜଣ ବିଧାୟକ ମଧ୍ୟ କ୍ୟାବିନେଟ୍ ମିନିଷ୍ଟର୍ ଭାବେ ଶପଥ ଗ୍ରହଣ କରିଥିଲେ । ତେବେ ବିଭାଗ ବଣ୍ଟନ ହୋଇନଥିବାବେଳେ ମେ ୨୭ ଶନିବାର ଅର୍ଥାତ୍ ଆଜି ଆଉ ୨୪ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଏନେଇ ଦଳର ତୁଙ୍ଗ ନେତାମାନଙ୍କ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଓ ବୈଠକ ଆଦି ହେବା ପରେ ଶୁକ୍ରମବାର ପ୍ରକାଶ ପାଇଛି ତାଲିକା ।

ତାଲିକା ଅନୁସାରେ ଏଚ୍‌କେ ପାଟିଲ୍‌, କ୍ରୀଷ୍ଣା ବୈରୀଗୌଡ଼ା, ଏନ୍ ଚେଲୁଭାରାୟା ସ୍ୱାମୀ, କେ ଭେଙ୍କେଟଶ୍‌, ଏସ୍‌ସି ମହାଦେବାପ୍ପା, କଂଗ୍ରେସ କାର୍ଯ୍ୟକାରୀ ସଭାପତି ଖଣ୍ଡାରେ ଏବଂ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଦୀନେଶ ଗୁଣ୍ଡୁ ରାଓ ପ୍ରମୁଖ ଶନିବାର ଅପରାହ୍ନରେ ଶପଥ ଗ୍ରହଣ କରିବେ ।
ଅନ୍ୟମାନଙ୍କ ମଧ୍ୟରେ କ୍ୟାଥାସାନ୍ଦ୍ରା ଏନ୍ ରାଜାନ୍ନା, ଶରଣାବାସାପ୍ପା ଦର୍ଶନାପୁର, ଶିବାନନ୍ଦ ପାଟିଲ୍‌, ରାମାପ୍ପା ବାଲାପ୍ପା ତିମ୍ମାପୁର, ଏସଏସ୍ ମଲ୍ଲିକାର୍ଜୁନ, ଶିବରାଜ ସାଙ୍ଗାପ୍ପା ଟାଙ୍ଗାଦାଗି, ଶରଣପ୍ରକାଶ ରୁଦ୍ରାପ୍ପା ପାଟିଲ୍‌, ମଙ୍କଲ୍ ବୈଦ୍ୟ, ଲକ୍ଷ୍ମୀ ହେବାଲକର୍‌, ରହିମ୍ ଖାନ୍‌, ଡି ସୁଧାକର, ସନ୍ତୋଷ ଲାଡ୍‌, ଏନ୍ ଏସ୍ ବୋସେରାଜୁ, ସୁରେଶା ବିଏଓ, ମଧୁ ବାଙ୍ଗାରାପ୍ପା, ଏମସି ସୁଧାକର ଏବଂ ବି ନାଗେନ୍ଦ୍ର ପ୍ରମୁଖ କ୍ୟାବିନେଟ୍ ମନ୍ତ୍ରୀ ତାଲିକାରେ ଅଛନ୍ତି । ଏ ସମସ୍ତ ବିଧାୟକ ଶପଥ ଗ୍ରହଣ କରିବେ ବୋଲି ଜଣାପଡ଼ିଛି ।

karnataka cabinet expansion
(File Image)

ଲକ୍ଷ୍ମୀ ହେବାଲକର୍‌, ମଧୁ ବାଙ୍ଗାରାପ୍ପା, ଡି ସୁଧାକର, ଚେଲୁଭାରାୟା ସ୍ୱାମୀ, ମଙ୍କଲ୍ ବୈଦ୍ୟ ଓ ଏମସି ସୁଧାକର ପ୍ରମୁଖ ଉପମୁଖ୍ୟମନ୍ତ୍ରୀ ଶିବକୁମାରଙ୍କ ଘନିଷ୍ଠ ବୋଲି କଂଗ୍ରେସ ସୂତ୍ରରୁ ଜଣାପଡ଼ିଛି । ସେପଟେ କଂଗ୍ରେସର ତାଲିକାରେ ୬ ଜଣ ଲିଙ୍ଗାୟତ୍ ଓ ୪ ଭୋକାଲିଗା ଜାତିର ବିଧାୟକ ସାମିଲ୍ ଅଛନ୍ତି। ସେହିପରି ୩ ବିଧାୟକ ଏସ୍‌ସି, ୨ ଜଣ ଏସଟି ଓ ୫ ଜଣ ଅନ୍ୟାନ୍ୟ ପଛୁଆବର୍ଗର ତଥା କୁରୁବା, ରାଜୁ, ମରାଥା, ଏଡିଗା ଓ ମୋଗାବୀରା ଆଦି ଜାତିର । ସେହିପରି ଦୀନେଶ ଗୁଣ୍ଡୁ ରାଓ ହେଉଛନ୍ତି ବ୍ରାହ୍ମଣ ଜାତିର ଯାହାଙ୍କୁ କ୍ୟାବିନେଟ୍‌ରେ ସ୍ଥାନ ମିଳିଛି । ସେପଟେ ରିଜିଅନ ବା କ୍ଷେତ୍ରକୁ ଦେଖିଲେ ଓଲଡ୍ ମହୀଶୁର ଓ କଲ୍ୟାଣ କର୍ଣ୍ଣାଟକ ରିଜିଅନରୁ ୭ ଜଣ ମନ୍ତ୍ରୀ, କିଟ୍ଟୁର କର୍ଣ୍ଣାଟକ ରିଜିଅନର ୬ ଜଣ ଓ ସେଂଟ୍ରାଲ୍ କର୍ଣ୍ଣାଟକର ୨ ଜଣ ମନ୍ତ୍ରୀ ରହିଛନ୍ତି । ଏସବୁ ଦୃଷ୍ଟିରୁ କଂଗ୍ରେସ କର୍ଣ୍ଣାଟକରେ ଜାତି ସମନ୍ୱୟକୁ ବେଶ୍ ଗୁରୁତ୍ୱ ଦେଇଥିବା ସ୍ପଷ୍ଟ ହୋଇଛି ।

କ୍ୟାବିନେଟ୍ ସମ୍ପ୍ରସାରଣ ପାଇଁ ଗତ ଗୁରୁବାର ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଦଳର ସାଧାରଣ ସଚିବ କେସି ବେଣୁଗୋପାଳ ଏବଂ ରଣଦୀପ ସିଂହ ସୂର୍ଯ୍ୟୱାଲାଙ୍କୁ ଭେଟିଥିଲେ । ଏହି ୪ ନେତା ୩ଟି ଅଧିବେଶନରେ ୫ ଘଂଟାରୁ ଅଧିକ ସମୟ ଆଲୋଚନା କରିଥିଲେ ।

Watch the Video:

Related Articles

Back to top button
WP Twitter Auto Publish Powered By : XYZScripts.com