Featuredଜାତୀୟରାଜନୀତି

ବୀରଭୂମିରେ ବୋମାମାଡ଼ କରି ତ୍ରୁଣମୂଳ କଂଗ୍ରେସର ନେତାଙ୍କୁ ହତ୍ୟା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ବୀରଭୂମିରେ ବୋମାମାଡ଼ କରି ତ୍ରୁଣମୂଳ କଂଗ୍ରେସର ନେତାଙ୍କୁ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଏଥିରେ ଅନ୍ୟ ୨ ଜଣ ବି ଗୁରୁତର ଆହତ ହୋଇଥିବା ସୂଚନା ରହିଛି। ଗୁରୁତରଙ୍କୁ ସଙ୍ଗେସଙ୍ଗେ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତ ଟିଏମ୍‌ସି ନେତାଙ୍କ ପରିଚୟ ନ୍ୟୁଟନ୍‌ ଶେଖ ବୋଲି ଜଣାପଡିଛି। ବୋମାମାଡ଼ରେ ଗୁରୁତର ଆହତ ହୋଇଥିବା ଦୁଇଙ୍କ ମଧ୍ୟରୁ ଜଣେ  ତ୍ରୁଣମୂଳ କଂଗ୍ରେସ ନେତା ଲାଲୁ ଶେଖ ବୋଲି ଜଣାପଡ଼ିଥିବା ବେଳେ ଅନ୍ୟ ଜଣଙ୍କ ନାମ  ସ୍ପଷ୍ଟ ହୋଇପାରି ନଥିଲା।

ଏହି ବୋମାମାଡ଼ ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରି ଦେଇଛି। ଟିଏମସି ନେତା ନ୍ୟୁଟନ୍ ଶେଖଙ୍କ ପୁତୁରା ଫିରାଜୁଲ ଇସଲାମ ପୁଲିସକୁ କହିଛନ୍ତି ଯେ, ‘ ତାଙ୍କ ଦାଦାଙ୍କୁ ରାଜନୈତିକ ଶତ୍ରୁତା ଯୋଗୁଁ ହତ୍ୟା କରାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com