ଜାତୀୟ

ମିଳିଲେ ଆବ୍ବାସ୍ ଭାଇ, ବ୍ଲଗରରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ନାମ

ସିଡନୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମା ହୀରାବେନଙ୍କ ୧୦୦ତମ ଜୟନ୍ତୀ ଅବସରରେ ଶନିବାର ଏକ ବ୍ଲଗ୍ ଲେଖିଥିଲେ। ଏଥିରେ ସେ ଆବ୍ବାସ ଭାଇଙ୍କ ନାମ ଉଲ୍ଲେଖ କରିଥିଲେ। ଆବ୍ବାସ ଭାଇ ଏବେ ଅଷ୍ଟ୍ରେଲିଆ ସିଡନୀରେ ତାଙ୍କ ପରିବାର ସହ ରହୁଛନ୍ତି। କୁହାଯାଉଛି ଆବ୍ବାସ ଭାଇ ଗୁଜରାଟ ସରକାରଙ୍କ ଫୁଡ ଏଣ୍ଡ ସିଭିଲ ସପ୍ଲାଇ ଡିପାର୍ଟମେଣ୍ଟରେ ଚାକିରୀ କରି ଅବସର ନେଇସାରିଛନ୍ତି।

ପ୍ରଧାନମନ୍ତ୍ରୀ ତାଙ୍କ ବ୍ଲଗରରେ ସେ ସମୟର ସ୍ମରଣୀୟ ମୂହୁର୍ତ୍ତକୁ ମନେ ପକାଇଥିଲେ ଯେତେବେଳେ ସେ ପିଲା ଥିଲେ। ଏଥିରେ ପ୍ରଧାନମନ୍ତ୍ରୀ ତାଙ୍କ ମା ହୀରାବେନଙ୍କୁ ଧନ୍ୟବାଦ ଜଣାଇଛନ୍ତି, ଯିଏ ପରିବାରରେ ଅନ୍ୟମାନଙ୍କ ଖୁସିରେ ନିଜର ଖୁସି ଖୋଜୁଥିଲେ ବୋଲି ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ପିତା ବନ୍ଧୁଙ୍କ ପରଲୋକରେ ତାଙ୍କ ପୁଅ ଆବ୍ବାସ ଅଲ୍ଲୀକୁ ନିଜ ଘରକୁ ନେଇଆସିଥିବାର ମନେ ପକାଇଛନ୍ତି। ଏବେ ଆବ୍ବାସ ଅଲ୍ଲୀ ଚର୍ଚ୍ଚାକୁ ଆସିଥିବା ବେଳେ  ତାଙ୍କ ବିଷୟରେ ସମସ୍ତେ ଜାଣିବାକୁ ସମସ୍ତେ ଆଗ୍ରହୀ । ଏଥିରେ ଏକ ପ୍ରସିଦ୍ଧ ୱେବସାଇଟ୍‌ ପ୍ରଧାନମନ୍ତ୍ରୀଙ୍କ ଏହି ବାଲ୍ୟ ସାଥୀଙ୍କ ସହ ଖାସ ଆଲୋଚନା କରିଛି।

ଏଥିରେ ଆବ୍ବାସ ଅଲ୍ଲୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘରେ ପ୍ରାୟ ୧ ବର୍ଷ ରହିଥିବାର କହିଛନ୍ତି। ତାଙ୍କରି ଘରେ ରହି ମେଟ୍ରିକ ପରୀକ୍ଷା ଦେଇଥିଲି ବୋଲି  କହିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ପିତା ଅନ୍ତରଙ୍ଗ ବନ୍ଧୁଥିଲେ। ପିତାଙ୍କ ମୃତ୍ୟୁରେ ସେ ବର୍ଷକ ପର୍ଯ୍ୟନ୍ତ ମୋଦିଙ୍କ ଘରେ ରହୁଥିଲେ। ତାଙ୍କ ଘରେ ରହୁଥିବା ବେଳେ ସେ ହୋଲି, ଦିବାଲୀ ଓ ଇଦ୍‌ ମଧ୍ୟ  ଧୁମଧାମରେ ପାଳନ କରିଥିଲେ।

ସେ ମନେ ପକାଇଛନ୍ତି ଯେ ଇଦ ଅବସରରେ ପ୍ରଧାନମନ୍ତ୍ରୀଙ୍କ ମା ତାଙ୍କ ଲାଗି ଘରେ ସିମେଇ କରନ୍ତି। ଏବେକା ଭଳି ନଥିଲା ସେବେଳର ପରିବେଶ। ସମସ୍ତେ ମିଳିମିଶି ରହୁଥିଲେ ଜଣେ ଜଣକର ପର୍ବରେ ଖୁସି ହେଉଥିଲେ ବୋଲି କହିଛନ୍ତି ଆବ୍ବାସ ଅଲ୍ଲୀ। ତେବେ ଅହମ୍ମଦାବାଦରେ ରହୁଥିବା ବେଳେ ସେ କେବେ ମୋଦିଙ୍କୁ ଭେଟି ନଥିବା କହିଛନ୍ତି। ପ୍ରଧାନମନ୍ତ୍ରୀ ଆବ୍ବାସଙ୍କୁ ତାଙ୍କର ବନ୍ଧୁ ବୋଲି ସମ୍ବୋଧନ କରିଛନ୍ତି। ଘରେ ସବୁ ପିଲାଙ୍କ ପରି ମା ତାଙ୍କର ମଧ୍ୟ ଖାସ୍ ଧ୍ୟାନ ରଖୁଥିଲେ ବୋଲି ବ୍ଲଗରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com